କନକ ନ୍ୟୁଜ: ମଦ ମୃତ୍ୟୁକୁ ନେଇ ଗୃହରେ ଉତ୍ତର ରଖିଲେ ଅବକାରୀ ମନ୍ତ୍ରୀ । ମଦ ମୃତ୍ୟୁକୁ ନେଇ ସରକାର କୌଣସି ସତ୍ୟ କି ତଥ୍ୟ ଲୁଚାଯାଇ ନଥିବା କହିଛନ୍ତି । ବିରୋଧୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ । ଗତ ୧୯ ତାରିଖରେ ଗଞ୍ଜାମର ଚିକିଟିରେ ବିଷାକ୍ତ ମଦ ପିଇ ପେଟ ଯନ୍ତ୍ରଣା ହେବାରୁ ୧୯ ଜଣ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ବର୍ତ୍ତମାନ ୪ ଆଇସିୟୁରେ, ୨ ଭେଣ୍ଟିଲେଟର ରେ ଆଉ ୭ ଜଣ ସାଧାରଣ ୱାର୍ଡରେ ଅଛନ୍ତି ।

Advertisment

୨୧ ରେ ଲୋକନାଥ ବେହେରା ଓ ଜୁଡା ବେହେରାଙ୍କ ଏହି ବିଷାକ୍ତ ମଦ ପିଇବା ଯୋଗୁଁ ମୃତ୍ୟୁ ହୋଇଛି ।  SPଙ୍କ ନେତୃତ୍ୱରେ ଡାକ୍ତର ଟିମ୍ ବାକି ଅସୁସ୍ଥ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟାବସ୍ତା ଉପରେ ନଜର ରଖିଛି । ଏହି ଘଟଣାରେ ମିଳିତ ଅବକାରୀ ଚଢ଼ାଉ ପରେ ୨୦ ଲିଟର ମଦ  ଜବତ ହେବା ସହ ୬ ଜଣଙ୍କୁ ଗିରଫ କରଯାଇଛି। ୨ଜଣଙ୍କୁ ଅଟକ ମଧ୍ୟ ରଖିଛି ପୋଲିସ।  ଜବତ ହୋଇଥିବା ମଦ ସାମ୍ପୁଲ୍ ଓ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଭିଷେରା ରିପୋର୍ଟ ଫରେନସିକ୍ ଲ୍ୟାବ୍ ପଠାଯାଇଛି । ରିପୋର୍ଟ ଆସିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ।  ଗଞ୍ଜାମ ଘଟଣା ପରେ ରାଜ୍ୟ ସାରା ୨୦ ତାରିଖରୁ ଆରମ୍ଭ କରିଛନ୍ତି ସ୍ପେଶାଲ୍ ରେଡ ଯେଉଁ ଥିରେ ବର୍ତ୍ତମାନ ସୁଦ୍ଧା- 

  • ୨୦ ହଜାର ୭୨୬ ଲିଟର ବେଆଇନ ମଦ ଜବତ କରିଛି ବିଭାଗ । 
  •  ୩୭୬ ଟି ବେଆଇନ ମଦ ମାମଲା ରୁଜ୍ଜୁ ହୋଇଛି
  • ୨୬୭ ଜଣ ଗିରଫ ହୋଇଛନ୍ତି, ୪ ଜଣ ଫେରାର ଅଛନ୍ତି
  • ୨୬ଟି ଗାଡ଼ି ଜବତ ହୋଇଛି 

ଏଇ ମାମଲାରେ ଯଥାଶୀଘ୍ର ଚାର୍ଜସିଟ୍ ଦାଖଲ କରି ଦଣ୍ଡ ବିଧାନ ପାଇଁ ସରକାର ତତ୍ପର ଅଛନ୍ତି । ଅଭ୍ୟାସ ଗତ ଅପରାଧୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ସାରା ରାଜ୍ୟରେ ବେଇଆଇନ ମଦ କାରବାର ଉପରେ ବୁଲଡୋଜର ବଢାଇବାକୁ ସରକାର ନିଷ୍ପତି ନେଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।