ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ; ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ

ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଏହାପରେ ପୁଣି ଗୃହ କାର୍ୟ୍ୟ ଆରମ୍ଭ ହେଉ ହେଉ ହୋହାଲ୍ଲା କରିଥିଲେ ବିରୋଧୀ ।  ଏଣୁ ପୁଣି ଥରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତ୍ତି । 

Assembly

କନକ ବ୍ୟୁରୋ: ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ପ୍ରଥମ ଦିନରେ ଗୃହ ଚଳାଇ ଦେଉ ନାହାନ୍ତି ବିରୋଧୀ ସଦସ୍ୟ । ଆଜି ବି ଚାଲିପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୨ଟା ଯାଏଁ ଗୃହକୁ ପ୍ରଥମେ ମୁଲତବୀ ରଖିଥିଲେ ବାଚସ୍ପତି । ଏହା ପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ହୋହଲ୍ଲା କରିଥିଲେ ବିରୋଧୀ ।  ଏଣୁ ପୁଣି ଥରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । 

ଆଜି ବି ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇଯାଇଛି । ଗୃହରେ ହଙ୍ଗାମା କରୁଥିବା ବିରୋଧୀଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ବାଚସ୍ପତି ସୁଷମା ପାଢୀ । କିନ୍ତୁ ବାଚସ୍ପତିଙ୍କ କଥାକୁ ନମାନି ପୋଡିୟମ୍‌ ଉପରକୁ ଚଢି ପ୍ଲା-କାର୍ଡ ଧରି ନାରାବାଜି କରିଥିଲା ବିଜେଡି । ଏହାପରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା । ହେଲେ ଗୃହ କାର୍ଯ୍ଯ ପୁନର୍ବାର ଆରମ୍ଭ ହେଉ ହେଉ ସମାନ ସ୍ଥିତି ଉତ୍ପନ୍ନ କରିଥିଲେ ବିରୋଧୀ ସଦସ୍ୟ । ସେପଟେ ବିଜୁ ବାବୁଙ୍କ ପ୍ରତି ସରକାରଙ୍କ ଅସମ୍ମାନ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି ବିଜେଡି । ବିଜୁ ବାବୁଙ୍କ ପ୍ରତି ସରକାରଙ୍କ ଏତେ ହୀନମନ୍ୟତା କାହିଁକି ବୋଲି ପ୍ରଶ୍ନ ଉଠାଇଛି ବିଜେଡି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe