ବିଧାନସଭାରେ କଳଙ୍କ ବୋଳିଲା କିଏ? ବାହୁବଳ ଦେଖାଇ ବିଧାୟକ ବଦନାମ

Advertisment

ବିଧାନସଭାରେ ଅନେକ ଥର ବାକଯୁଦ୍ଧ ଦେଖିବାକୁ ମିଳିଛି। କିନ୍ତୁ ଆଜି ବିଧାନସଭାରେ ବିଧାୟକଙ୍କ ବାହୁବଳ ଦେଖିବାକୁ ମିଳିଲା। ପ୍ରତିବାଦ ଓ ପ୍ରତିରୋଧ ଆଳରେ ବିଧାନସଭାର ପବିତ୍ର ଗୃହର ଗାରିମା ନଷ୍ଟ କରାଗଲା। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ବରିଷ୍ଠ ବିଧାୟକ ଏଭଳି ଆଚରଣ କରିବେ ତେବେ ନୂଆ ବିଧାୟକ ଶିଖିବେ କଣ? 

ବିଧାନସଭାରେ ଅନେକ ଥର ବାକଯୁଦ୍ଧ ଦେଖିବାକୁ ମିଳିଛି। କିନ୍ତୁ ଆଜି ବିଧାନସଭାରେ ବିଧାୟକଙ୍କ ବାହୁବଳ ଦେଖିବାକୁ ମିଳିଲା। ପ୍ରତିବାଦ ଓ ପ୍ରତିରୋଧ ଆଳରେ ବିଧାନସଭାର ପବିତ୍ର ଗୃହର ଗାରିମା ନଷ୍ଟ କରାଗଲା। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ବରିଷ୍ଠ ବିଧାୟକ ଏଭଳି ଆଚରଣ କରିବେ ତେବେ ନୂଆ ବିଧାୟକ ଶିଖିବେ କଣ? 

bidhan

Photograph: (kanak news)

କନକ ବ୍ୟୁରୋ: ବିଧାନସଭାରେ ଅନେକ ଥର ବାକଯୁଦ୍ଧ ଦେଖିବାକୁ ମିଳିଛି। କିନ୍ତୁ ଆଜି ବିଧାନସଭାରେ ବିଧାୟକଙ୍କ ବାହୁବଳ ଦେଖିବାକୁ ମିଳିଲା। ପ୍ରତିବାଦ ଓ ପ୍ରତିରୋଧ ଆଳରେ ବିଧାନସଭାର ପବିତ୍ର ଗୃହର ଗାରିମା ନଷ୍ଟ କରାଗଲା। କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ବରିଷ୍ଠ ବିଧାୟକ ଏଭଳି ଆଚରଣ କରିବେ ତେବେ ନୂଆ ବିଧାୟକ ଶିଖିବେ କଣ? 

ସମୟ ଦିନ ୧୦ଟା ୨୫। ବିଧାନସଭାରେ ଗୃହକାର୍ଯ୍ୟ ଆରମ୍ଭରୁ ଦେଖିବାକୁ ମିଳିଲା ବିରୋଧୀଙ୍କ ହଟ୍ଟଗୋଳ। କେତେବେଳେ କଂଗ୍ରେସ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରୁଥାନ୍ତି ତ ପୁଣି କେତେବେଳେ ବିଜେଡି ବିଧାୟକ ପ୍ଲାକାର୍ଡ ଦେଖାଇ ଶାସକ ଦଳକୁ ଘେରୁଥାନ୍ତି। କିନ୍ତୁ ଏହାକୁ ପରବାଏ ନକରି ମଧ୍ୟ ପ୍ରଶ୍ନକାଳ ଜାରି ରଖିଥାନ୍ତି ବାଚସ୍ପତି। ବିଧାୟକ ପ୍ରଶ୍ନ ପଚାରୁଥାନ୍ତି, ଆଉ ନଗର ଉନ୍ନୟନ ମନ୍ତ୍ରୀ ଉତ୍ତର ରଖୁଥାନ୍ତି। ହଠାତ୍ ତାରା ପୋଡିୟମ ଛାଡି ମନ୍ତ୍ରୀଙ୍କ ପାଖକୁ ଯାଇ ମାଇକ ବନ୍ଦ କରିବାକୁ ଉଦ୍ୟମ କରିଥିଲେ। ଅନ୍ୟପଟେ ମନ୍ତ୍ରୀଙ୍କୁ କାହିଁକି ଉତ୍ତର ଦେବାରେ ବାଧା ଦେଉଛ ବୋଲି କହି ଶାସକ ଦଳ ସଦସ୍ୟ ପ୍ରତିରୋଧ କରିଥିଲେ। ଏଭଳି ବାକଯୁଦ୍ଧ ଭିତରେ କେଇ ମୁହୂର୍ତ୍ତ ମଧ୍ୟରେ ବିଧାନସଭା ପାଲଟି ଯାଇଥିଲା ରଣକ୍ଷେତ୍ର। ଶାସକ-ବିରୋଧୀଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପରେ ହାତାହାତି ପର୍ଯ୍ୟନ୍ତ କଥା ପହଞ୍ଚିଥିଲା। ଏହାପରେ ଯାହା ଘଟିଲା ତାହା ଓଡ଼ିଶା ବିଧାନସଭା ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। 

ଗୃହ ଭିତରେ ବିଧାୟକଙ୍କ ବାହୁବଳ ପ୍ରଦର୍ଶନ ବିଧାନସଭା ପରମ୍ପରାରେ କାଳିମା ବୋଳିଛି। ଏଭଳି ଅଭାବନୀୟ ସ୍ଥିତି ପାଇଁ ବାରମ୍ବାର ମୁଲତବୀ ହୋଇଛି ଗୃହ। ବିଧାନସଭା ବାହାରେ ବିରୋଧୀଙ୍କ ପ୍ରତିବାଦ ଭିତରେ ପରସ୍ପର ଉପରେ ଦୋଷ ଲଦି ଖସି ଯିବାକୁ ଚେଷ୍ଟା କରିଛନ୍ତି ଉଭୟ ଶାସକ-ବିରୋଧୀ। 

ବିଧାନସଭାରେ ଉଭୟ ଶାସକ-ବିରୋଧୀ ବିଧାୟକଙ୍କ ଏଭଳି ଆଚରଣ ପବିତ୍ର ଗୃହର ସମ୍ମାନକୁ କ୍ଷୂଣ୍ଣ କରିଛି। ପ୍ରଶ୍ନ ଉଠୁଛି, ଏଭଳି କରି ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଲୋକପ୍ରତିନିଧି? ନେତା ନୈତିକତା ଭୁଲି କଳଙ୍କିତ ଅଧ୍ୟାୟ କାହିଁକି ସୃଷ୍ଟି କରୁଛନ୍ତି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe