କନକ ବ୍ୟୁରୋ : ଗତ ଶୁକ୍ରବାରଦିନ ବାଘୁଣୀ ଜିନ୍ନତକୁ ନେଇ ଜଙ୍ଗଲମନ୍ତ୍ରୀଙ୍କ ବକ୍ତବ୍ୟ ପରେ ରାଗିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ଜିନ୍ନତ ପଶ୍ଚିମବଙ୍ଗ ଆସି ୫ଟି ଜିଲ୍ଲାରେ ଆତଙ୍କ ଖେଳାଇଥିଲା । ସ୍କୁଲଠାରୁ ଘର ସବୁ ବନ୍ଦ ହୋଇଯାଇଥିଲା । ପଶ୍ଚିମବଙ୍ଗ ବନବିଭାଗ ଦିନରାତି ଏକକରି ବାଘୁଣୀକୁ ଉଦ୍ଧାର କରିବା ପରେ ଫୋନ ଆସିଲା ବାଘକୁ ଜଲଦି ଫେରାଅ ।

Advertisment

ଆଉ ଏକ ବାଘ ପଶ୍ଚିମବଙ୍ଗ ଚାଲିଯାଇଥିବା ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଏଥର ବାଘ ଆସିଲେ ମମତା ରଖିଦେବେ ବୋଲି ବି ଚେତାବନୀ ଦେଇଛନ୍ତି ମମତା । ଆଉ କାଉଣ୍ଟର କରିବାକୁ ବି ଭୁଲିନାହାନ୍ତି ଜଙ୍ଗଲ ମନ୍ତ୍ରୀ । କହିଛନ୍ତି, ଓଡିଶାରୁ ଆଉ କିଛି ବାଘ ପଶ୍ଚିମବଙ୍ଗ ଯାଇନି । ଯେମିତି ସମ୍ମାନ ଦେବେ ସେମିତି ସମ୍ମାନ ପାଇବେ । ଆଇନ ସମସ୍ତଙ୍କ ପାଇଁ ସମାନ । ମୋଦିଜୀଙ୍କ ସରକାର ଅଛି ବୋଲି ଟିକେ ଆକ୍ରୋଶ ଅଛି ।

ଶିମିଳିପାଳରେ ବାଘ ବଂଶ ବୃଦ୍ଧି ପାଇଁ ମହାରାଷ୍ଟ୍ରରୁ ବାଘୁଣୀ ଜିନ୍ନତକୁ ଅଣାଯାଇଛି । କିନ୍ତୁ ଜିନ୍ନତ ଅଭୟାରଣ୍ୟର ପରିବେଶ ସହ ଖାପ ଖୁଆଇ ନ ପାରି ପ୍ରଥମ ଝାଡଖଣ୍ଡ ଓ ପରେ ପଶ୍ଚିମବଙ୍ଗ ଚାଲିଯାଇଥିଲା । ପଶ୍ଚିମବଙ୍ଗରେ ଆତଙ୍କ ବି ଖେଳାଇଥିଲା ଜିନ୍ନତ । ଜିନ୍ନତକୁ ଧରିବା ପାଇଁ ପଶ୍ଚିମବଙ୍ଗ ଓ ଓଡିଶା ବନ ବିଭାଗ କର୍ମଚାରୀ ନାକେଦମ ହୋଇଥିଲେ । ଏବେ ଜିନ୍ନତକୁ ଶିମିଳପାଳକୁ ଅଣାଯାଇ ଏନକ୍ଲୋଜରରେ ରଖାଯାଇଛି । ତେବେ ବାଘକୁ ନେଇ ରାଜନୀତିକୁ ନାପସନ୍ଦ କରିଛନ୍ତି ବିଶେଷଜ୍ଞ ।

ବିବାଦ ମଧ୍ୟରେ ଜିନ୍ନତ ଦକ୍ଷିଣ ଶିମିଳାପାଳର ଯମୁନାଗଡ଼ ଏନକ୍ଲୋଜରରେ ରଖିଛି ବନବିଭାଗ । ୨୪ ଘଣ୍ଟା ବାଘୁଣୀକୁ କଡ଼ା ନଜରରେ ରଖାଯାଇଛି । ଆଚରଣରେ ପରିବର୍ତ୍ତନ ହେଲେ ଶିମିଳିପାଳର କୋର ଏରିଆକୁ ଛଡାଯିବ ।