କନକ ବ୍ୟୁରୋ: ଘରୋଇ ପ୍ରତିଷ୍ଠାନରେ କାମ କରୁଥିବା ମହିଳାଙ୍କୁ ନେଇ ବଡ଼ ଖବର । କୋହଳ ହେଲା ଘରୋଇ ପ୍ରତିଷ୍ଠାନରେ ମହିଳାଙ୍କ ନାଇଟ୍‌ ଡ୍ୟୁଟି ନିୟମ । ଏନେଇ ଶ୍ରମ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲିଖିତ ଭାବେ ସହମତି ପତ୍ର ଦେଇ ରାତିରେ କାମ କରିପାରିବେ ମହିଳା କର୍ମଚାରୀ ।

Advertisment
  • ମହିଳା କରିପାରିବେ ନାଇଟ୍‌ ସିଫ୍ଟ
  • ଘରୋଇ ପ୍ରତିଷ୍ଠାନ ପାଇଁ ବଦଳିଲା ନିୟମ

ଘରୋଇ ପ୍ରତିଷ୍ଠାନରେ ମହିଳାଙ୍କ ନାଇଟ୍‌ ଡ୍ୟୁଟି ନିୟମ ନେଇ ବିଜ୍ଞପ୍ତି ଜାରି କରିଛି ଶ୍ରମ ବିଭାଗ । ଓଡ଼ିଶା ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଆଇନ-୧୯୫୬ରେ ପରିବର୍ତ୍ତନ କରାଯାଇଛି । ଫଳରେ ଘରୋଇ ପ୍ରତିଷ୍ଠାନରେ ରାତିରେ କାମ କରିପାରିବେ ମହିଳା । ଏନେଇ ବିଭାଗ ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶାବଳୀ ଜାରି ହୋଇଛି । ନଜର ପକାନ୍ତୁ ନାଇଟ ସିଫ୍ଟ କରିବାକୁ ହେଲେ କି କି ସର୍ତ୍ତ ମାନିବା ପାଇଁ ପଡ଼ିବ…
 
ମହିଳାଙ୍କ ସହମତିରେ ଦେଇ ହେବ ନାଇଟ୍‌ ଡ୍ୟୁଟି

  • ମହିଳା କର୍ମଚାରୀଙ୍କୁ ଦେବାକୁ ହେବ ସହମତି ପତ୍ର
  • ରାତିରେ ଅତିକମ୍‌ରେ ୩ ମହିଳା କର୍ମଚାରୀ କାମ କରିବେ
  • କାର୍ଯ୍ୟସ୍ଥଳୀରେ ନାରୀ ନିଯୁକ୍ତି କର୍ତ୍ତା ରହିବା ଅନିବାର୍ଯ୍ୟ
  • ଅଫିସ୍‌ରେ ମହିଳାଙ୍କ ସୁରକ୍ଷା ଓ ନିରାପତ୍ତାକୁ ସର୍ବାଧିକ ଗୁରୁତ୍ବ

ହେଲେ ନାବାଳିକାମାନଙ୍କୁ ରାତିରେ କାମ କରିବାକୁ ଅନୁମତି ଦିଆଯିବ ନାହିଁ । ଇଜ୍ ଅଫ୍ ଡୁଇଂ ବିଜନେସ ଆଧାରରେ ଏପରି ନିଷ୍ପତ୍ତି ନେଇଛନ୍ତି ସରକାର । 

  • ମହିଳାଙ୍କ ସୁରକ୍ଷାକୁ ପ୍ରାଥ‌ମିକତା
  • ଲାଗିବ ଜିପିଏସ୍‌, ନଜର ରଖିବ ସିସିଟିଭି 

ରାତିରେ କାମ କରୁଥିବା ମହିଳାଙ୍କ ସୁରକ୍ଷା ଯୋଗାଇ ଦେବ ପ୍ରତିଷ୍ଠାନ । ଜିପିଏସ ଟ୍ରାକିଂ ଲାଗିଥିବା ଗାଡ଼ିରେ ସ୍ୱତନ୍ତ୍ର ସୁରକ୍ଷା ସହ ଘରୁ ଯିବା ଆସିବା ସୁବିଧା କରିବ କାର୍ଯ୍ୟାଳୟ । ନଚେତ୍ କାର୍ଯ୍ୟକ୍ଷେତ୍ର ନିକଟରେ ରହିବାର ସ୍ବତନ୍ତ୍ର ବନ୍ଦୋବସ୍ତ କରାଯିବ । 

  • ମହିଳା କର୍ମଚାରୀଙ୍କ ପାଇଁ ପାଣି, ବାଥ୍‌ରୁମ୍‌ ବ୍ୟବସ୍ଥା ବାଧ୍ୟତାମୂଳକ
  • କର୍ମକ୍ଷେତ୍ରରେ ସିସିଟିଭି ଏବଂ ସଠିକ୍ ଲାଇଟ୍ ଥିବା ଆବଶ୍ୟକ
  • ଗାଡ଼ିରେ ଲାଗିବ ରାଜ୍ୟ ସରକାରଙ୍କ ହେଲ୍ପ ଲାଇନ୍‌ ନମ୍ବର ୧୮୧
  • ଶ୍ରମ ବିଭାଗର ହେଲ୍ପ ଲାଇନ୍‌ ନମ୍ବର ୧୮୦୦୩୪୫୬୭୦୩