କନକ ବ୍ୟୁରୋ: ଆନ୍ଦୋଳନରୁ ଓହରଲେ ଅମଲା କର୍ମଚାରୀ । ୧୫ ଦିନ ପରେ ଆଜି କାର୍ଯ୍ୟରେ ଯୋଗ ଦେବେ ଅମଲା  । କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ବ ବିଭାଗର ଚିଠି ପରେ ଆଜି ଆନ୍ଦୋଳନ ପ୍ରତ୍ୟାହୃତ ନେଇ ଘୋଷଣା କରିଛନ୍ତି ଅମଲା ସଂଘ ସଭାପତି ।

Advertisment

ଗତ ୧୫ ଦିନ ହେବ ୧୦ ଦଫା ଦାବିରେ ଆନ୍ଦୋଳନ କରୁଥିଲେ ରାଜସ୍ବ ଅମଲା ସଂଘ । ଫଳରେ ଜମିଜମା କାମ ପାଇଁ ଆସୁଥିବା ଲୋକଙ୍କ ପାଇଁ ନାହିଁନଥିବା ସମସ୍ୟା ହେଉଥିଲା। ବାଧ୍ୟ ହାଇ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ୍ କରିଥିଲା ରାଜସ୍ବ ଓ ବୀପର୍ଯ୍ୟନ ପରିଚାଳନା ବିଭାଗ ।  ଧାରଣାରେ ଥିବା ରାଜସ୍ବ କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଥିଲେ ।  ଏନେଇ  ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲା ବିଭାଗ ।  ଛୁଟିରେ ଯାଇଥିବା ସମସ୍ତ କର୍ମଚାରୀଙ୍କ ତାଲିକା ଦେବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦେଇଥିଲେ  ।  ଏହାସହ ସାମୁହିକ ଛୁଟିରେ ଯାଇଥିବା କର୍ମଚାରୀଙ୍କ ଉପରେ ଶୁଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ବିଭାଗ ।