କନକ ବ୍ୟୁରୋ: ସମ୍ବାଦ ଗ୍ରୁପ୍ ଦ୍ବାରା ଆୟୋଜିତ ତିନି ଦିନିଆ ‘ପୁନଶ୍ଚ ପୃଥିବୀ’ ଜାତୀୟ ସମ୍ମିଳନୀର ଆଜି ହେଉଛି ଦ୍ୱିତୀୟ ଦିନ । ଦ୍ବିତୀୟ ଦିନରେ ଓଡ଼ିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ଜଳବାୟୁ ପରିବର୍ତ୍ତନ ଉପରେ ତାଙ୍କର ଅଭିଭାଷଣ ରଖିଛନ୍ତି । ଜଳବାୟୁ ପରିବର୍ତ୍ତନ ପାଇଁ ସଜାଗ ହେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ପୃଷ୍ଠଭୂମି ହେବା ଦରକାର ବୋଲି ସେ ମତ ରଖିଛନ୍ତି ।
‘ପୁନଶ୍ଚ ପୃଥିବୀ’ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗ ଦେଲେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ, ଡ. ଅରବିନ୍ଦ ପାଢ଼ୀ..#EarthAgain2025#Climate#Sustainability#Odisha@EarthAgain_IN@arvindpadhee@tanaya_p#KanakNewspic.twitter.com/ff4diwDeCZ
— Kanak News (@kanak_news) October 7, 2025
କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, "ଜଳବାୟୁ ପରିବର୍ତ୍ତନର କୁପରିଣାମ କୃଷିକୁ ଯଥେଷ୍ଟ ପ୍ରଭାବିତ କରେ । ଜଳବାୟୁ ପରିବର୍ତ୍ତନ ସହିତ ଆମକୁ ଖାପ ଖୁଆଇ ଚଳିବା ଆବଶ୍ୟକ । ଏଥିପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ବୈଷୟିକ ଜ୍ଞାନକୌଶଳ ଯୋଗାଇ ଦିଆଯାଉଛି । ଯେମିତିକି ପାଣିପାଗକୁ ନେଇ ଆମେ ଚାଷୀମାନଙ୍କୁ ଯଥେଷ୍ଟ ପୂର୍ବରୁ ସତର୍କ ସୂଚନା ଦେଇପାରୁଛୁ । ବର୍ତ୍ତମାନ ସମୟରେ ସୂଚନା ହେଉଛି ସବୁଠାରୁ ଶକ୍ତିଶାଳୀ । ଦ୍ୱିତୀୟ କଥା ହେଲା, ଜଳବାୟୁ ପରିବର୍ତ୍ତନ ଦିଗରେ ଖସଡ଼ା ପ୍ରସ୍ତୁତ ହେଉଛି । ଆମ ରାଜ୍ୟ ଓଡ଼ିଶା କୃଷିଭିତ୍ତିକ ରାଜ୍ୟ । ଏହା ଆମ ରାଜ୍ୟର ସବୁଠାରୁ ବଡ଼ ସମ୍ପଦ । କୋରାପୁଟରେ ଉଚ୍ଚ ମାନର ଚାଉଳ ଓଡାଲି ଜାତୀୟ ଚାଷ ହେଉଛି । ଏଥିପାଇଁ ରାସାୟନିକ ସାରର କମ୍ ପ୍ରୟୋଗ କରାଯାଇ ସେଠାରେ ପ୍ରାକୃତିକ ଉପାୟକୁ ଅବଲମ୍ବନ କରୁଛନ୍ତି ଚାଷୀ ।"
- କୃଷି ସଚିବ ଭାବେ ମୋ ପରିଚୟ ଦେଲେ ମନଉଣା ହେଇଯାଏ
— Kanak News (@kanak_news) October 7, 2025
- ଜଗନ୍ନାଥ ମହାପ୍ରଭୁଙ୍କ ସେବକ କହିଲେ ବେଶି ଖୁସି ଲାଗେ
- ପରିବେଶର ପରିବର୍ତ୍ତନର ପ୍ରଭାବ ଚାଷ ଉପରେ ବହୁତ ପଡ଼ିଥାଏ
- ମିଥେନ୍ ଗ୍ୟାସ୍ ନେଇ ମଧ୍ୟ ଚିନ୍ତାପ୍ରକଟ କଲେ କୃଷି ବିଭାଗର ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ @arvindpadhee#EarthAgain2025#Climate#Sustainability… pic.twitter.com/XDRTtnLggT
ସେ ଆହୁରି କହିଛନ୍ତି, "ସମଗ୍ର ବିଶ୍ୱରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ; ଯେଉଁଠାରେ ପ୍ରାକୃତିକ ଉପାୟରେ ଡାଳିଜାତୀୟ ଚାଷ ସବୁଠାରୁ ଅଧିକ ହେଉଛି । ତୃତୀୟ ବିନ୍ଦୁଟି ହେଲା ସମାଜରେ ସବୁ ଧରଣର ଚାଷୀଙ୍କୁ ନେଇ କୃଷି କାର୍ଯ୍ୟକୁ ଅଗ୍ରସର କରାଇବା । ଏଥିରେ ପୁରୁଷ, ମହିଳା, ଆଦିବାସୀ ଭଳି ବିଭିନ୍ନ ଶ୍ରେଣୀର ଚାଷୀଙ୍କୁ ଗୁରୁତ୍ବ ଦିଆଯିବା ଦରକାର । ଓଡ଼ିଶା ସରକାର ଏକ୍ଷେତ୍ରରେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି । କିନ୍ତୁ, ଏଥିରେ ବେସରକାରୀ ଉଦ୍ୟୋଗ ବା ସଂସ୍ଥାମାନେ ଅଧିକ ସଂଖ୍ୟାରେ ଯୋଗଦାନ କରିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ନିମ୍ନ ଜି.ଆଇ ଚାଷର ପ୍ରୟୋଗ ମଧ୍ୟ ହେଉଛି । ବର୍ତ୍ତମାନ କୃଷକମାନେ ବିଭିନ୍ନ ଭିଟାମିନ୍ ଓ ମିନେରାଲ୍ରେ ସମୃଦ୍ଧ ଶସ୍ୟ ଉତ୍ପାଦନ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି । ରାସାୟନିକ ସାର ଓ ଖତ ଆଦିର ଉପଯୁକ୍ତ ପରିମାଣରେ ପ୍ରୟୋଗ କରିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ଓଡ଼ିଶା ସରକାରଙ୍କ କୃଷି ବିଭାଗ ପକ୍ଷରୁ ପରିବେଶ ସଂପର୍କିତ ଏକ ସ୍ବତନ୍ତ୍ର ପ୍ରକୋଷ୍ଠ ମଧ୍ୟ ଖୋଲାଯାଇଛି। ସେଥିରେ କୃଷକ, ଗବେଷକ ଓ ଉତ୍ପାଦକମାନେ କୃଷି ଓ ପରିବେଶ ସଂପର୍କିତ ଅଧିକ ତଥ୍ୟ ହାସଲ କରିପାରିବେ ।"