କବକ ବ୍ୟୁରୋ: ଉତ୍ତରପ୍ରଦେଶର ମେରୁଟ୍ରେ ଚାଲିଥିବା ୧୪ତମ ଜାତୀୟ ପାରା ସିଟିଂ ଭଲିବଲ୍ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍ରେ ଓଡ଼ିଶା ପ୍ରବେଶ କରିଛି । ଓଡ଼ିଶା ଦଳ ଗ୍ରୁପ୍ ପର୍ଯ୍ୟାୟରେ ଲଗାତାର ୩ ମ୍ୟାଚ୍ ଜିତି ଏହି ନକ୍ଆଉଟ୍ ପର୍ଯ୍ୟାୟକୁ ଯୋଗ୍ୟତା ଅର୍ଜନ କରିଛି । ଜିତେନ୍ଦ୍ର କୁମାର ବେହେରାଙ୍କ ପ୍ରଶିକ୍ଷଣରେ ଖେଳୁଥିବା ଓଡ଼ିଶା ଦଳ ଚମତ୍କାର ପ୍ରଦର୍ଶନ କରି ମହାରାଷ୍ଟ୍ରକୁ ୨୫-୨୨, ୨୫-୧୫ରେ ହରାଇ ଅଭିଯାନ ଆରମ୍ଭ କରିଥିଲା । ଏହାପରେ ଜମ୍ମୁ କାଶ୍ମୀରକୁ ୨୫-୫, ୨୫-୫ରେ ଏବଂ ହିମାଚଳପ୍ରଦେଶକୁ ୨୫-୧୨, ୨୫-୧୭ରେ ପରାସ୍ତ କରିଛି ।
ଏହା ବି ପଢ଼ନ୍ତୁ: କଳାହାଣ୍ଡି କପ୍: ଶୁଭମ୍ ଓ ରୋହିତଙ୍କୁ ୫ ୱିକେଟ୍
Follow Us