କନକବ୍ୟୁରୋ : ବାଲେଶ୍ଵରରେ ସମ୍ବାଦ ପକ୍ଷରୁ ଆୟୋଜିତ ଓଡ଼ିଶା -୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ଵରରୁ ନେଇ, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ ।
ଉପସ୍ଥିତ ଅତିଥି ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅଧିକ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ସେହିଭଳି ଦ୍ଵିତୀୟ ଆଲୋଚନା ଚକ୍ରରେ ଉଦ୍ୟୋଗୀ ମହିଳାଙ୍କ ସମସ୍ୟା ଓ ସମାଧାନ ପାଇଁ ଆଲୋଚନା କରାଯାଇଥିଲା ।