କନକ ବ୍ୟୁରୋ : ମୋହନ ସରକାରଙ୍କ ଏକବର୍ଷ ପୂର୍ତ୍ତି ଅବସରରେ ସୁଶାସନ ଓ ବିକଶିତ ଓଡ଼ିଶା ପାଇଁ ଅଫିସରଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିକଶିତ ଓଡ଼ିଶା-ବିକଶିତ ଭାରତର ସ୍ବପ୍ନ କ’ଣ ରହିବ ସେ ନେଇ ପ୍ରସ୍ତୁତ ହୋଇଛି ଭିଜନ ଡକ୍ୟୁମେଣ୍ଟ୍ । ୨୦୩୬ ପାଇଁ ପ୍ରମୁଖ ବିଭାଗ ଉପରେ ଫୋକସ କରିଛନ୍ତି ସରକାର । ୩୬ଟି ପ୍ରାଥମିକ କାର୍ଯ୍ୟକ୍ରମକୁ ସରକାର ଚିହ୍ନଟ  କରିଛନ୍ତି । ୨୦୩୬ ପାଇଁ ୩୬ ରଣନୀତି ହାତକୁ ନିଆଯାଇଛି । ଆଜି ଲୋକସେବା ଭବନରେ ୨୦୩୬ ବିକଶିତ ଓଡ଼ିଶା ଗଠନ ଓ ୨୦୪୭ ବିକଶିତ ଭାରତ ନେଇ ଆୟୋଜିତ ହୋଇଛି ଜାତୀୟ ଆଲୋଚନାଚକ୍ର । ରାଜ୍ୟର ବିଭିନ୍ନ ବର୍ଗଙ୍କ ସହ ଆଲୋଚନା ପରେ ବିକଶିତ ଓଡିଶା-୨୦୩୬ ଭିଜନ ପ୍ରସ୍ତୁତ ହୋଇଛି । 

Advertisment

ବିକଶିତ ଓଡ଼ିଶା-୨୦୩୬ : 

-ଶ୍ରମ ଭିତ୍ତିକ ଶିଳ୍ପ:ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ ଉପରେ ଗୁରୁତ୍ବ ଦେଇ ବର୍ଷକୁ ଲକ୍ଷେ ଚାକିରୀ ସୃଷ୍ଟି ଲକ୍ଷ୍ୟ
-ପ୍ରଯୁକ୍ତି ବିଦ୍ୟା ଉପରେ ଗୁରୁତ୍ବ ଦେଇ ବର୍ଷକୁ ୫୦ ହଜାରର ଚାକିରି ସୃଷ୍ଟି ଲକ୍ଷ୍ୟ
-ଥିଙ୍କ୍ ଇଣ୍ଡିଆ, ଥିଙ୍କ୍ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ହୀରାକୁଦ, ଭିତରକନିକା ଭଳି ୧୦ଟି ସ୍ଥାନର ବିକାଶ
-୨୦୩୬ ସୁଦ୍ଧା ଦୁଇଟି ଅର୍ଥନୀତି କରିଡର ପ୍ରତିଷ୍ଠା:ଭୁବନେଶ୍ବର-କଟକ-ପୁରୀ ଓ ଝାରସୁଗୁଡା-ସମ୍ବଲପୁର-ବରଗଡ଼
-ଜଳସେଚନ କ୍ଷମତା ୫୫ % ରୁ ୮୦% କୁ ବୃଦ୍ଧି
-ଭୁବନେଶ୍ବର ଓ ସମ୍ବଲପୁରରେ ବିଶ୍ବସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା
-ବିଭିନ୍ନ ସେବାରେ ଏଆଇ କୌଶଳର ବ୍ୟବହାର
-ଶିଳ୍ପ ପାର୍କ, ବନ୍ଦର ଭିତ୍ତିକ ସ୍ବତନ୍ତ୍ର ଅର୍ଥନୈତିକ କରିଡର ପ୍ରତିଷ୍ଠା

୨୦୩୬ ବିକଶିତ ଓଡ଼ିଶା ଗଠନ  ଓ ୨୦୪୭ ବିକଶିତ ଭାରତ ନେଇ ବୁଦ୍ଧିଜୀବୀ ଓ ଗବେଷକଙ୍କ ସୁଚିନ୍ତିତ ପରାମର୍ଶ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷକରି ଗବେଷଣା, ବିକାଶ ଓ  ନୂଆ କୌଶଳକୁ  ଅଧିକ ଗୁରୁତ୍ବ ଦେଇ ୨୦୩୬ ଭିଜନକୁ ଆଗକୁ ବଢ଼ିବାକୁ ଲକ୍ଷ୍ୟ ରଖାଯାଇଛି ।