ଫେବ୍ରୁଆରି ୧୫ରୁ ୨୫ଭିତରେ ହୋଇପାରେ +୨ ପରୀକ୍ଷା; ଜାନୁଆରି ୨ରୁ ୧୫ ଯାଏଁ ପ୍ରାକ୍ଟିକାଲ୍‌ ଏଗ୍‌ଜାମ୍

ଆସନ୍ତା ଅକ୍ଟୋବର ୨୨ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ୍‌ ଚାଲିବ । ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ । ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା ।

Odisha Plus 2 Exams

Odisha Plus 2 Exams Photograph: (Kanak News)

କନକ ବ୍ୟୁରୋ : ଆସନ୍ତା ବର୍ଷ ଫେବୃଆରି ୧୫ ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଡ଼ିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ କାର୍ଡ । ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ ରୁ ୩୧ ଯାଏଁ ହେବ । ଯେଉଁମାନେ ସେହି ସମୟରେ ଇଣ୍ଟରନାଲ ଦେଇ ପାରିବେ ନାହିଁ, ସେମାନେ ଜାନୁଆରୀ ୧୦ ରୁ ୧୫ ଯାଏଁ ଇଣ୍ଟରନାଲ ପାଇଁ ଆଉ ଏକ ସୁଯୋଗ ପାଇବେ । ଜାନୁଆରି ୨ ରୁ ୧୫ ଯାଏଁ ହେବ ପ୍ରକାରଟିକାଲ ପରୀକ୍ଷା । ଏକ୍ସ ରେଗୁଲାର ଫର୍ମଫିଲଅପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ଯାଏଁ ଚାଲିବ ।

ସେହିପରି ଆସନ୍ତା ଅକ୍ଟୋବର ୨୨ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ୍‌ ଚାଲିବ । ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ । ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରଣ ପ୍ରଶାନ୍ତ ପରୀଡ଼ା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe