କନକ ବ୍ୟୁରୋ : ଆସନ୍ତା ବର୍ଷ ଫେବୃଆରି ୧୫ ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଡ଼ିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ କାର୍ଡ । ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ ରୁ ୩୧ ଯାଏଁ ହେବ । ଯେଉଁମାନେ ସେହି ସମୟରେ ଇଣ୍ଟରନାଲ ଦେଇ ପାରିବେ ନାହିଁ, ସେମାନେ ଜାନୁଆରୀ ୧୦ ରୁ ୧୫ ଯାଏଁ ଇଣ୍ଟରନାଲ ପାଇଁ ଆଉ ଏକ ସୁଯୋଗ ପାଇବେ । ଜାନୁଆରି ୨ ରୁ ୧୫ ଯାଏଁ ହେବ ପ୍ରକାରଟିକାଲ ପରୀକ୍ଷା । ଏକ୍ସ ରେଗୁଲାର ଫର୍ମଫିଲଅପ ଅକ୍ଟୋବର ୧୩ ରୁ ନଭେମ୍ବର ୨୨ ଯାଏଁ ଚାଲିବ ।
ସେହିପରି ଆସନ୍ତା ଅକ୍ଟୋବର ୨୨ରୁ ନଭେମ୍ବର ୨୨ ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ୍ ଚାଲିବ । ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ଏଥର ନୂଆ ୮୯ ପରୀକ୍ଷା ସେଣ୍ଟର ଅପଗ୍ରେଡ଼ ସ୍କୁଲରେ ହେବ । ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଏଥର ନୂଆ କରି ପ୍ରୋଭିଜନାଲ ସାର୍ଟିଫିକେଟକୁ ଡିଜିଟାଲ କରାଯିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରଣ ପ୍ରଶାନ୍ତ ପରୀଡ଼ା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/10/17/odisha-plus-2-exams-2025-10-17-16-48-25.jpg)