କନକ ବ୍ୟୁରୋ: ପବିତ୍ର ଜନ୍ମାଷ୍ଟମୀ ଅବସରରେ ବାହାରିନ କାନୁ ଗାର୍ଡେନ୍ ସ୍ଥିତ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ଇସ୍କନ ମନ୍ଦିର ପରିସରରେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଜନ୍ମ ଉତ୍ସବ ବହୁତ ଧୁମଧାମରେ ପାଳନ କରାଯାଇଛି । ପ୍ରଭୁ ଶ୍ରୀକୃଷ୍ଣ ଙ୍କ ଜନ୍ମତିଥି ଅବସରରେ ମନ୍ଦିର ପରିସରରେ ଶହ ଶହ ଶ୍ରଦ୍ଧାଳୁ ଆସି ଧୂପ ଦୀପ ପ୍ରଜ୍ବଳନ କରିବା ସହିତ ଶୁଭ ମନାସିଥିଲେ । ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହିତ ବାଳଗୋପାଳଙ୍କ ମୂର୍ତ୍ତି ରେ ବିଭିନ୍ନ ପ୍ରକାର ଫଳ, ମୂଳ, ମହୁ, କ୍ଷୀର ଓ ଲହୁଣୀ ପ୍ରଦାନ କରାଯାଇ ପୂଜା ପାଠ ହେଇଥିଲା । ଏହି ଅବସରରେ ଓଡ଼ିଆ ସମାଜର ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା । ଘଣ୍ଟଘଣ୍ଟା, ଶଙ୍କ ଧୱନୀ ରେ ମନ୍ଦିର ପରିସର ପ୍ରଙ୍କପିତ ହୋଇ ଉଠିଥିଲା । 

Advertisment

WhatsApp Image 2025-08-18 at 3.47.00 PM

ମଧ୍ୟରାତ୍ରରେ ନୀତି ସବୁ ସମ୍ପନ୍ନ ହୋଇଥିଲା । ରୀତିକାନ୍ତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦୁର୍ଲଭ ବେଶ ଦର୍ଶନ କରିଥିଲେ । ପରେ ଶତାଧିକ ଭକ୍ତ ପ୍ରସାଦ ସେବନ କରିଥିଲେ । ସର୍ବଶେଷରେ ବାହାରିନ ଓଡ଼ିଆ ସମାଜର ବରିଷ୍ଠ ସଦସ୍ୟ ବିଷ୍ଣୁ ପ୍ରସାଦ ମହାନ୍ତି ଏବଂ ଶ୍ରୀ ଶ୍ରୀ ରାଧା ଗୋପାଳକୃଷ୍ଣ ମନ୍ଦିରର ସଭାପତି ପ୍ରଶାନ୍ତ ମହାନ୍ତି ବାହାରିନରେ ପବିତ୍ର ଜନ୍ମାଷ୍ଟମୀ ପୂଜା ପାଳନ କରିବା ପ୍ରଭୁ ଶ୍ରୀ କୃଷ୍ଣଙ୍କର ଲୀଳା ଓ କରୁଣା ବୋଲି କହିଥିଲେ ।

WhatsApp Image 2025-08-18 at 3.47.02 PM

ଶେଷରେ ବାହାରିନ ଓଡ଼ିଆ ସମାଜର ବରିଷ୍ଠ ସଦସ୍ୟ କିଶୋର ଦାସ ସମସ୍ତ ଭକ୍ତ ମାନଙ୍କୁ ଧନ୍ୟବାଦ ଜଣାଇବା ସହ ଭକ୍ତମାନଙ୍କ ଗହଣରେ ପବିତ୍ର ଜନ୍ମାଷ୍ଟମୀ ବିଷୟରେ ଆଲୋଚନା କରିଥଲେ । ଦିନେଶ ମହାନ୍ତି ବିଦେଶରେ ପବିତ୍ର ଜନ୍ମାଷ୍ଟମୀ ପାଳନ କରିବା ପ୍ରତେକ ପ୍ରବାସୀ ଓଡ଼ିଆଙ୍କ ପାଇଁ ସୌଭାଗ୍ୟ ଓ ଗର୍ବର ବିଷୟ ବୋଲି କହିଥିଲେ । ଏଠାରେ ସବୁ ଓଡ଼ିଆଙ୍କ ଘରେ ଘରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଥିଲା । ସତାଧିକ ଅଣଓଡ଼ିଆ ମଧ୍ୟ ଜନ୍ମାଷ୍ଟମୀ ପାଳନ କରି ନିଜକୁ ସୌଭାଗ୍ୟ ମନେ କରିଥିଲେ ।