ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାକୁ ଦାବି, ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର

Advertisment

କର୍ଣ୍ଣାଟକରେ କନ୍ଧମାଳର ପୁଅ ବିଭାସ ନାୟକଙ୍କୁ ହତ୍ୟା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା । ବିଦେଶୀ ଯୁବତୀଙ୍କୁ ଗଣଦୁଷ୍କର୍ମ ବେଳେ ପ୍ରତବାଦ କରିବାରୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଦୋଷୀଙ୍କୁ ଫାଶୀ ଦେବାକୁ ପରିବାର ଲୋକଙ୍କ ଦାବି । ଘଟଣା ପାଇଁ କର୍ଣ୍ଣାଟକ ସରକାର ଓ ରାଜ୍ୟ କଂଗ୍ରେସକୁ ବିଜେପିର ନିନ୍ଦା ।

କର୍ଣ୍ଣାଟକରେ କନ୍ଧମାଳର ପୁଅ ବିଭାସ ନାୟକଙ୍କୁ ହତ୍ୟା ନେଇ ସାରା ଓଡ଼ିଶାରେ ଚର୍ଚ୍ଚା । ବିଦେଶୀ ଯୁବତୀଙ୍କୁ ଗଣଦୁଷ୍କର୍ମ ବେଳେ ପ୍ରତବାଦ କରିବାରୁ ହତ୍ୟା କରିଥିଲେ ଦୁର୍ବୃତ୍ତ । ଦୋଷୀଙ୍କୁ ଫାଶୀ ଦେବାକୁ ପରିବାର ଲୋକଙ୍କ ଦାବି । ଘଟଣା ପାଇଁ କର୍ଣ୍ଣାଟକ ସରକାର ଓ ରାଜ୍ୟ କଂଗ୍ରେସକୁ ବିଜେପିର ନିନ୍ଦା ।

47-murder

କନକ ବ୍ୟୁରୋ: କର୍ଣ୍ଣାଟକରେ ଓଡ଼ିଆ ପୁଅ ବିଭାସ ନାୟକଙ୍କୁ ହତ୍ୟା ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି । ବିଦେଶୀ ପର୍ୟ୍ୟଟକଙ୍କ ଦୁଷ୍କର୍ମ ରୋକିବାକୁ ପ୍ରତିରୋଧ କରି ହତ୍ୟାର ଶିକାର ହୋଇଥିବା ବିଭାସଙ୍କ ମୃତଦେହ ଗାଁରେ ପହଞ୍ଚିବାବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ଓଡ଼ିଆ ପର୍ୟ୍ୟଟକ ବିଭାସଙ୍କ ମୃତ ଦେହ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ଗାଁକୁ ଅଣାଯାଇଛି । ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡକୁ ପ୍ରତିବାଦ କରିବାରୁ ହତ୍ୟାର ଶିକାର ହୋଇଥିବା ବିଭାସଙ୍କ ଶବ ଗାଁରେ ପହଁଚିବା ପରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । 
 

ଯେଉଁମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ପରିବାର ଲୋକେ । ଏପରିକି ଦୋଷୀଙ୍କୁ ଫାଶୀ ଦିଆଗଲେ ଟିକିଏ ଶାନ୍ତି ମିଳିବ ବୋଲି ପରିବାର ଲୋକ କହିଛନ୍ତି । କେବଳ ପରିବାର ନୁହଁନ୍ତି ସାରାଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିସହ ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି ହୋଇଛି ।
 
ବିଭାସ ନାଏକ, ଜଣେ ମେଧାବୀ ଛାତ୍ର ଥିବା ବେଳେ ଦିଲ୍ଲୀରେ ଏକ ଘରୋଇ ମେଡିକାଲରେ ଚାକିରି କରୁଥିଲେ । ବିଦେଶୀ ବନ୍ଧୁଙ୍କ ସହ କର୍ଣ୍ଣାଟକ ବୁଲି ଯାଇଥିବା ବେଳେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ବିଦେଶୀ ଯୁବତୀଙ୍କୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ବେଳେ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe