କନକ ବ୍ୟୁରୋ: କର୍ଣ୍ଣାଟକରେ ଓଡ଼ିଆ ପୁଅ ବିଭାସ ନାୟକଙ୍କୁ ହତ୍ୟା ନେଇ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ହୋଇଛି । ବିଦେଶୀ ପର୍ୟ୍ୟଟକଙ୍କ ଦୁଷ୍କର୍ମ ରୋକିବାକୁ ପ୍ରତିରୋଧ କରି ହତ୍ୟାର ଶିକାର ହୋଇଥିବା ବିଭାସଙ୍କ ମୃତଦେହ ଗାଁରେ ପହଞ୍ଚିବାବେଳେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କର୍ଣ୍ଣାଟକରେ ହତ୍ୟାର ଶିକାର ହୋଇଥିବା ଓଡ଼ିଆ ପର୍ୟ୍ୟଟକ ବିଭାସଙ୍କ ମୃତ ଦେହ ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ସେଠାରୁ ଗାଁକୁ ଅଣାଯାଇଛି । ଦୁଷ୍କର୍ମ ଭଳି ଜଘନ୍ୟ କାଣ୍ଡକୁ ପ୍ରତିବାଦ କରିବାରୁ ହତ୍ୟାର ଶିକାର ହୋଇଥିବା ବିଭାସଙ୍କ ଶବ ଗାଁରେ ପହଁଚିବା ପରେ ଏବେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ଯେଉଁମାନେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ହେଉ ବୋଲି ଦାବି କରିଛନ୍ତି ପରିବାର ଲୋକେ । ଏପରିକି ଦୋଷୀଙ୍କୁ ଫାଶୀ ଦିଆଗଲେ ଟିକିଏ ଶାନ୍ତି ମିଳିବ ବୋଲି ପରିବାର ଲୋକ କହିଛନ୍ତି । କେବଳ ପରିବାର ନୁହଁନ୍ତି ସାରାଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଥିସହ ଏହି ଘଟଣାରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ପାଇଁ ଦାବି ହୋଇଛି ।
ବିଭାସ ନାଏକ, ଜଣେ ମେଧାବୀ ଛାତ୍ର ଥିବା ବେଳେ ଦିଲ୍ଲୀରେ ଏକ ଘରୋଇ ମେଡିକାଲରେ ଚାକିରି କରୁଥିଲେ । ବିଦେଶୀ ବନ୍ଧୁଙ୍କ ସହ କର୍ଣ୍ଣାଟକ ବୁଲି ଯାଇଥିବା ବେଳେ ଏହି ଲୋମଟାଙ୍କୁରା ଘଟଣା ଘଟିଛି । ବିଦେଶୀ ଯୁବତୀଙ୍କୁ ୩ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିବା ବେଳେ ବିରୋଧ କରିବାରୁ ତାଙ୍କୁ ହତ୍ୟା କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/03/09/olmrY95C0B6HNkk9gX5E.jpg)