କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସ ନାୟକଙ୍କୁ ହତ୍ୟା ଘଟଣା, ମାତ୍ର ୧୦୦ ଟଙ୍କା ପାଇଁ ହତ୍ୟା..

Advertisment

ସାମ୍ନାକୁ ଆସିଲା ରୋଚକ ତଥ୍ୟ, ମାତ୍ର ୧୦୦ ଟଙ୍କା ଦେଲେନି ବୋଲି କନ୍ଧମାଳର ଯୁବକଙ୍କୁ ହ୍ରଦକୁ ଠେଲି ଦେଇଥିଲେ ଦୁର୍ବୃତ୍ତ..

ସାମ୍ନାକୁ ଆସିଲା ରୋଚକ ତଥ୍ୟ, ମାତ୍ର ୧୦୦ ଟଙ୍କା ଦେଲେନି ବୋଲି କନ୍ଧମାଳର ଯୁବକଙ୍କୁ ହ୍ରଦକୁ ଠେଲି ଦେଇଥିଲେ ଦୁର୍ବୃତ୍ତ..

୧୦୦ ଟଙ୍କା ନଦେବାରୁ ହତ୍ୟା!

୧୦୦ ଟଙ୍କା ନଦେବାରୁ ହତ୍ୟା! Photograph: (kanaknews)

କନକ ବ୍ୟୁରୋ : କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ତଥ୍ୟ। ମାତ୍ର ଶହେ ଟଙ୍କା ପାଇଁ ହତ୍ୟା କରିଛନ୍ତି ଅଭିଯୁକ୍ତ । କର୍ଣ୍ଣାଟକରେ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟ ତୁଙ୍ଗଭଦ୍ରା ଲେଫ୍‌ଟ କେନାଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ଇସ୍ରାଏଲ ପର୍ଯ୍ୟଟକଙ୍କ ସମେତ ଦୁଇ ଜଣଙ୍କୁ ଦୁଷ୍କର୍ମ ସହ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଛି । ଅଭିଯୋଗ ଅନୁସାରେ ୫ ଜଣ କେନାଲ ନିକଟରେ ଗୀତ ଶୁଣୁଥିଲେ । ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକ୍‌ରେ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ ।

କେଉଁଠି  ପେଟ୍ରୋଲ ମିଳିବ ବୋଲି ପଚାରିଥିଲେ । ଏହା ସହ ୧୦୦ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୁକ୍ତଙ୍କ କଥା ନଶୁଣିବାରୁ ଆକ୍ରମଣ କରିଥିଲେ । ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କେନାଲକୁ ଠେଲି ଦେଇଥିଲେ । ମୃତ ଯୁବକ ଓଡିଶା କନ୍ଧମାଳ ଦାରିଙ୍ଗିବାଡି ଅଂଚଳର ବିଭାସ ନାୟକ । କନ୍ଧମାଳର ମଡରେଟର ବିଜୟ ନାୟକଙ୍କ ପୁଅ ବିଭାସ, ଦିଲ୍ଲୀର ଷ୍ଟିଫେନ ହସ୍ପିଟାଲରେ ଚାକିରି କରୁଥିଲେ । ସେ ତାଙ୍କ ତିନିଜଣ ସାଙ୍ଗଙ୍କ ସହ କର୍ଣ୍ଣାଟକ ବୁଲିବା ପାଇଁ ଯାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe