କନକ ବ୍ୟୁରୋ : କର୍ଣ୍ଣାଟକରେ ଓଡ଼ିଆ ଯୁବକ ବିଭାସଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ତଥ୍ୟ। ମାତ୍ର ଶହେ ଟଙ୍କା ପାଇଁ ହତ୍ୟା କରିଛନ୍ତି ଅଭିଯୁକ୍ତ । କର୍ଣ୍ଣାଟକରେ ବିଶ୍ବ ଐତିହ୍ୟସ୍ଥଳ ହାମ୍ପି ନିକଟ ତୁଙ୍ଗଭଦ୍ରା ଲେଫ୍ଟ କେନାଲ ନିକଟରେ ହତ୍ୟାକାଣ୍ଡ ଘଟିଛି । ଇସ୍ରାଏଲ ପର୍ଯ୍ୟଟକଙ୍କ ସମେତ ଦୁଇ ଜଣଙ୍କୁ ଦୁଷ୍କର୍ମ ସହ ଓଡ଼ିଆ ଯୁବକଙ୍କୁ ହତ୍ୟା କରାଯାଇଛି । ଅଭିଯୋଗ ଅନୁସାରେ ୫ ଜଣ କେନାଲ ନିକଟରେ ଗୀତ ଶୁଣୁଥିଲେ । ଏହି ସମୟରେ ୩ ଜଣ ବ୍ୟକ୍ତି ବାଇକ୍ରେ ଆସି ସେମାନଙ୍କ ପାଖରେ ପହଞ୍ଚିଥିଲେ ।
କେଉଁଠି ପେଟ୍ରୋଲ ମିଳିବ ବୋଲି ପଚାରିଥିଲେ । ଏହା ସହ ୧୦୦ ଟଙ୍କା ଦାବି କରିଥିଲେ। ସେମାନେ ଅଭିଯୁକ୍ତଙ୍କ କଥା ନଶୁଣିବାରୁ ଆକ୍ରମଣ କରିଥିଲେ । ୩ ଜଣ ପୁରୁଷ ପର୍ଯ୍ୟଟକଙ୍କୁ ଆକ୍ରମଣ କରି କେନାଲକୁ ଠେଲି ଦେଇଥିଲେ । ମୃତ ଯୁବକ ଓଡିଶା କନ୍ଧମାଳ ଦାରିଙ୍ଗିବାଡି ଅଂଚଳର ବିଭାସ ନାୟକ । କନ୍ଧମାଳର ମଡରେଟର ବିଜୟ ନାୟକଙ୍କ ପୁଅ ବିଭାସ, ଦିଲ୍ଲୀର ଷ୍ଟିଫେନ ହସ୍ପିଟାଲରେ ଚାକିରି କରୁଥିଲେ । ସେ ତାଙ୍କ ତିନିଜଣ ସାଙ୍ଗଙ୍କ ସହ କର୍ଣ୍ଣାଟକ ବୁଲିବା ପାଇଁ ଯାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/09/obK2MhzQiRKCNCUOgKM9.jpg)