MAHAKUMBHA Photograph: (KanakNews )
କନକବ୍ୟୁରୋ : ମହାକୁମ୍ଭରେ ବୁଡ ପକାଇବାକୁ ଯାଇ ମହିଳା ନିଖୋଜ । ଥାନାର ଦ୍ବାରସ୍ଥ ହେଲେ ପରିବାର ଲୋକେ। ସୂଚନା ମୁତାବକ, ନୀଳଗିରି ଥାନା ତିନିଦେଶ ଗ୍ରାମର ଦମୟନ୍ତୀ ପାଢୀ ଗତ ୨୭ ତାରିଖରେ ପରିବାରର କିଛି ସଦସ୍ୟ ଓ ଗ୍ରାମବାସୀଙ୍କ ସହିତ ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭ ମେଳା ବୁଡ ପକାଇବା ପାଇଁ ଯାଇଥିଲେ। ହେଲେ ୨୯ ତାରିଖ ଦିନ ଗାଧୋଇବାକୁ ଯାଇଥିବା ସମୟରେ ସେ କେଉଁଆଡେ ନିଖୋଜ ହୋଇଯାଇଥିଲେ ।
ପରିବାର ସଦସ୍ୟ ଅନେକ ଖୋଜାଖୋଜି କରିବା ପରେ ପ୍ରୟାଗରାଜର ନିକଟସ୍ଥ ଥାନାରେ ଅଭିଯୋଗ କରିବା ସହ ଘରେ ଥିବା ପରିବାରର ଅନ୍ୟ ସଦସ୍ୟଙ୍କୁ ଅବଗତ କରିଥିଲେ। ପରିବାର ଲୋକେ ନୀଳଗିରି ଥାନାରେ ଅଭିଯୋଗ କରିବା ସହ ସହାୟତା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।
--
Follow Us