କନକ ବ୍ୟୁରୋ : ଯୁଦ୍ଧ ଭୂମିରୁ ଫେରିଲେ ଇସ୍ରାଏଲରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ । ଭାରତର ଅପରେସନ ସିନ୍ଧୁ ଜରିଆରେ ଇସ୍ରାଏଲରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ଛାତ୍ରଛାତ୍ରୀ । ଓଡ଼ିଶା ମାଟିରେ ପାଦ ଥାପିବା ପରେ କିପରି ଯୁଦ୍ଧଭୂମିର ବଙ୍କର୍ ଭିତରୁ ନିଜ ଜନ୍ମମାଟିରେ ପହଞ୍ଚିଲେ ତା’ର ଭୟଙ୍କର କାହାଣୀ ବଖାଣିଛନ୍ତି । ଖୁସି ବ୍ୟକ୍ତ କରିବା ସହ ଉଦ୍ଧାର ପାଇଁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଇରାନ ଓ ଇସ୍ରାଏଲ ଭିତରେ ଯୁଦ୍ଧ ସମୟରେ ମିସାଇଲ୍ ମାଡ଼ର ଶବ୍ଦ ଶୁଣି ଡର ଲାଗୁଥିଲା । କିନ୍ତୁ ଇସ୍ରାଏଲର ଆଣ୍ଟିମିସାଇଲ୍ ସିଷ୍ଟମ୍ ଯୋଗୁ ସେମାନେ ବଞ୍ଚିଯାଇଥିଲେ ।
ତେବେ ଏହା ପୂର୍ବରୁ ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଫସିଥିବା ଭାରତୀୟଙ୍କ ପାଇଁ ନୂଆ ଆଶା ପାଲଟିଥିଲା ଅପରେସନ ସିନ୍ଧୁ । ଅପରେସନ ସିନ୍ଧୁ ଜରିଆରେ ଇରାନରୁ ସ୍ଵଦେଶ ଫେରିଛନ୍ତି ଭାରତୀୟ । ସୋମବାର ୨୯୦ଜଣ ଭାରତୀୟଙ୍କୁ ସୁରକ୍ଷିତ ନେଇ ପହଞ୍ଚିଛି ସ୍ବତନ୍ତ୍ର ବିମାନ । ସ୍ବଦେଶ ଫେରିବା ପରେ ଶାନ୍ତିରେ ନିଶ୍ବାସ ନେଇଛନ୍ତି ୨୯୦ଜଣ ଭାରତୀୟ । ବିମାନ ବନ୍ଦରରେ ପହଞ୍ଚିବା ପରେ କିଏ ଭାରତ ମାତା କି ଜୟ କହିଥିଲେ ତ ଆଉ କିଏ ମାଟିକୁ ମୁଣ୍ଡିଆ ମାରୁଥିବାର ଦେଖିବାକୁ ମିଳିଥିଲା । ତେବେ ୨୯୦ ଜଣଙ୍କ ମଧ୍ୟରୁ ୧୯୦ଜଣ କାଶ୍ମୀରର ବାସିନ୍ଦା ଥିବା ଜଣାପଡ଼ିଥିଲା । ଦିଲ୍ଲୀ, ହରିୟାଣା ଓ କର୍ଣ୍ଣାଟକର ମଧ୍ୟ ଅନେକ ଲୋକ ଭାରତ ଫେରିଥିଲେ । ଏହା ପୂର୍ବରୁ ୧୯ ତାରିଖରେ ୧୧୦ ଜଣଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଅଣାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/06/24/odia-student-2025-06-24-22-04-21.png)