କନକ ବ୍ୟୁରୋ: ବାଲେଶ୍ବରକୁ  ଫେରିଆସିଛନ୍ତି ଛାତ୍ର ଛାତ୍ରୀ  । ଜମ୍ମୁରେ ପଢୁଥିବା ପିଲାମାନଙ୍କୁ ଅଭିଭାବକ ଫେରାଇ ଆଣିଛନ୍ତି । ସୀମାରେ ଯୁଦ୍ଧ ଭୟ ଘାରିଥିବାରୁ ଅଭିଭାବକମାନେ ତା ପୂର୍ବରୁ ପିଲାଙ୍କୁ ଫେରାଇଆଣିଛନ୍ତି । ଜମ୍ମୁର ସଂସ୍କୃତ ବିଶ୍ବବିଦ୍ୟାଳୟରୁ ୩ ଛାତ୍ରୀ ଫେରି ଆସିଛନ୍ତି । 

Advertisment

ଉତ୍ତରାଖଣ୍ଡରୁ ମଧ୍ୟ ଫେରିଛନ୍ତି ୧୫ରୁ ଅଧିକ ଛାତ୍ରଛାତ୍ରୀ । ସୀମାରେ ଯୁଦ୍ଧ ସ୍ଥିତି ଲାଗିରହିଥିବାରୁ ନିଜ ପିଲାଙ୍କୁ ନେଇଆସିଛନ୍ତି ଅଭିଭାବକ । ଡେରାଡୁନର ଡୁନ ସ୍କୁଲ, ୱେଲମ ସ୍କୁଲ ଓ ମସୁରୀ ଇଣ୍ଟରନ୍ୟାସନଲ ସ୍କୁଲରୁ ଫେରିଲେ ଓଡିଶାର ଛାତ୍ରଛାତ୍ରୀ । ଡେରାଡୁନରେ ସ୍ଥିତି ଖରାପ ହୋଇନଥିଲେ ବି ଅଭିଭାବକଙ୍କୁ ଯୁଦ୍ଧର ଭୟ ଘାରିଥିଲା । ସେଥିପାଇଁ ସମୟ ବିଳମ୍ବ ନକରି ନିଜ ପିଲାଙ୍କୁ ଓଡ଼ିଶା ନେଇଆସିଛନ୍ତି ।

 ଭାରତ - ପାକିସ୍ତାନ ଉତ୍ତେଜନା ମଧ୍ୟରେ ପାକିସ୍ତାନ ଲଗାତାର ୪ ଦିନ ହେଲା ଯୁଦ୍ଧ ବିରତି ଉଲଂଘନ କରି ଭାରତ ସୀମାବର୍ତ୍ତୀ ଇଲାକାରେ ଗୁଳିମାଡ ଜାରି ରଖିଛି । ଏହାସହ ଡ୍ରୋନ ଆକ୍ରମଣ ମଧ୍ୟ କରୁଛି । କେବଳ ଏତିକି ନୁହେଁ ଫାଇଟର ଜେଟରେ ମଧ୍ୟ ପାକିସ୍ତାନ ଭାରତର ଆକାଶପଥରେ ଅନୁପ୍ରବେଶ କରିଥିବା କହିଛନ୍ତି ସେନାଧିକାରୀ ସୋଫିଆ କ୍ୟୁରେସି । ରାଜୌରୀରେ ପାକ୍ ଗୁଳିମାଡରେ ସାଧାରଣ ନାଗରିକଙ୍କୁ ଜୀବନ ଯାଉଛି । ଏଭଳି ସ୍ଥିତିରେ ସୀମାବର୍ତ୍ତୀ ରାଜ୍ୟର ଶିକ୍ଷାନୁଷ୍ଠାନରେ ରହି ପଢୁଥିବା ପିଲାମାନେ ନିଜ ନିଜ ଘରକୁ ଫେରିଆସିଛନ୍ତି ।