କନକ ବ୍ୟୁରୋ :  ପୁଣି ଫେରିଲା ଓଡ଼ିଆରେ ସାଇନବୋର୍ଡ ପ୍ରସଙ୍ଗ । ମୁଖ୍ୟ ସଚିବଙ୍କ ପରେ ନଗର ଉନ୍ନୟନ ବିଭାଗ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଦୋକାନ ବାଣିଜ୍ୟ ପ୍ରତିଷ୍ଠାନରେ ଓଡିଆରେ ନାମଫଳକ ଲେଖିବାକୁ ନିର୍ଦ୍ଦେଶ ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଅନୁଗର୍ଗ । ନିର୍ଦ୍ଦେଶକୁ କାର୍ଯ୍ୟକାରୀ  କରିବା ପାଇଁ ସମସ୍ତ ମହାନଗର ନିଗମର କମିସନର, ମ୍ୟୁନିସିପାଲଟି, ଏନଏସିର କାର୍ଯ୍ୟନିର୍ବାହୀ  ଅଧିକାରୀମାନେ ନିଶ୍ଚିତ କରିବେ । ସେପ୍ଟେମ୍ୱର ୩୦ ସୁଦ୍ଧା ପୌରସଂସ୍ଥା କର୍ତ୍ତୃପକ୍ଷ ଟ୍ରେଡ ଲାଇସେନ୍ସର ନବୀକରଣ ଓ ନୀରିକ୍ଷଣ ସମୟରେ ଏହା ଯେପରି କଡ଼ାକଡ଼ି ପାଳନ ହୋଇଛି ସେନେଇ ୬୦ ଦିନ ମଧ୍ୟରେ ରିପୋର୍ଟ ଦେବାକୁ କୁହାଯାଇଛି । ବ୍ୟବସାୟୀମାନେ ଯେପରି ଓଡ଼ିଆ ଭାଷାରେ ସେମାନଙ୍କ ସାଇନବୋର୍ଡ ଲେଖିଭେ, ଆବଶ୍ୟକୀୟ ସଂଶୋଧନ କରିବେ, ସେଥିପାଇଁ ୫୫ ଦିନର ସମୟ ଦିଆଯିବା ସହ ପ୍ରୋତ୍ସାହନ ବି ଘୋଷଣା କରାଯାଇଛି ।  ନିୟମ ମାନିଲେ ଟ୍ରେଡ ଲାଇସେନ୍ସରେ ୫ ପ୍ରତିଶତ ରିହାତି ଦିଆଯିବ । ନିୟମ ନମାନିଲେ ସେପ୍ଟେମ୍ୱର ୩୦ ତାରିଖରୁ ଦିନକୁ ୫୦୦ ଟଙ୍କା ଜରିମାନା ଲାଗୁ ହେବ ।