କନକ ବ୍ୟୁରୋ: ଯୁବ ଇଞ୍ଜିନିୟର ତଥା ଓଡ଼ିଆ ରାପ୍ ସିଙ୍ଗର ଅଭିନବ ସିଂଙ୍କ ଆତ୍ମହତ୍ୟା । ବାଙ୍ଗାଲୋରରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସ୍ତ୍ରୀଙ୍କ ଠାରୁ ନିର୍ୟାତନା ପାଇ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ତାଙ୍କ ମୃତ୍ୟୁ ପରେ ବାଙ୍ଗାଲୋରର ଏକ ସ୍ଥାନୀୟ ଥାନାରେ ପରିବାର ଲୋକ ଲିଖିତ ଅଭିଯୋଗ କରିଛନ୍ତି । ମାନସୀକ ଚାପରେ ଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି। ତାଙ୍କ ଘର କଟକର କାଳିଗଳି ନିକଟରେ । ତେବେ ସେ ବାଙ୍ଗାଲୋରରେ ରହୁଥିବା ବେଳେ ସେଠାରେ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । 
 ଦିନକୁ ଦିନ ବଢିଚାଲିଛି ଏଭଳି ପୁରୁଷ ନିର୍ୟାତନା ଓ ଆତ୍ମହତ୍ୟା ଘଟଣା। ପୂର୍ବରୁ ବେଙ୍ଗାଳୁରୁ ଏଆଇ ଇଞ୍ଜିନିୟର ଅତୁଲ ସୁବାଷ ସ୍ତ୍ରୀଙ୍କ ନିର୍ୟାତନା ସହିନପାରି  ପ୍ରଥମେ ଭିଡିଓ କରି ଆତ୍ମହତ୍ୟା କରିବା ଖବର ଜୋର ଧରିଥିବାବେଳେ ଅନେକ ସ୍ଥାନରେ ଏଭଳି ଘଟଣା ଘଟୁଥିବା ନଜରକୁ ଆସୁଛି । ନିକଟରେ ଇନ୍ଦୌରର ଜଣେ ଯୁବ ଫଟୋଗ୍ରାଫର ମଧ୍ୟ ଘରୋଇ ନିର୍ୟାତନାର ଶିକାର ହୋଇ ଜୀବନ ହାରିଥିବା ଖବର ସୋସିଆଲ ମିଡିଆରେ ଜୋର ଧରିଛି। 

Advertisment