କନକ ବ୍ୟୁରୋ: ଗଣେଶ ପୂଜାରେ ବଡ଼ ପରଦାରେ ରିଲିଜ ହେବ ଓଡ଼ିଆ ସିନେମା ଡେଲିଭରି ବୟ ଟୁ । ଡେଲିଭରି ବୟ ୱାନର ସଫଳତା ପରେ ଟୁ କୁ ଦର୍ଶକ ବେଶ ପସନ୍ଦ କରିବେ ବୋଲି ପୂରା ଟିମ ଆଶାବାଦୀ । ତେବେ ସିନେମା ରିଲିଜ ପୂର୍ବରୁ ବ୍ରହ୍ମପୁରରେ ଏହାର ଜୋରଦାର ପ୍ରମୋସନ ହୋଇଛି । ଫିଲ୍ମରେ ଦମଦାର ଡାଏଲଗ, କାହାଣୀ ଓ ସ୍କ୍ରିନ ପ୍ଲେ  ରହିଛି । ପ୍ରଥମେ ଉମାଚରଣ ପଟ୍ଟନାୟକ ଇଞ୍ଜିନିଅରିଂ ସ୍କୁଲରେ ପ୍ରମୋସନ ପରେ ସରକାରୀ ପଲିଟେକନିକ କଲେଜ, ନାଳନ୍ଦାଶ୍ରୀ ଓ ଶେଷରେ ସଂକଳ୍ପ ମହାବିଦ୍ୟାଳୟରେ ଫିଲ୍ମର ପ୍ରମୋସନ କରିଥିଲେ ଟିମ । ଆସନ୍ତା ଅଗଷ୍ଟ ୨୭ରେ ରିଲିଜ ହେବ ଡେଲିଭରି ବୟ-ଟୁ । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଅଶ୍ୱିନୀ ତ୍ରିପାଠୀ । ଅନ୍ୟମାନଙ୍କ ମଧ୍ୟରେ ନାୟକ ବୁଦ୍ଧାଦିତ୍ୟ ମହାନ୍ତି, ଟ୍ରେଣ୍ଡିଂ ହିରୋ ଶୈଳେନ୍ଦ୍ର ସାମନ୍ତରାୟ, ନାୟିକା ପ୍ରିୟମ୍ବଦା, କମେଡିଆନ ସନ୍ତୁ ନିଜେ, ପ୍ରୀତିରଞ୍ଜନ ପ୍ରଧାନ, କୁନି କଳାକାର ମାଙ୍କେ ପ୍ରମୁଖ ଏଥିରେ ନଜର ଆସିବେ । ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଥିଲା ବେଳେ ପ୍ରଯୋଜନା କରିଛନ୍ତି ଜ୍ୟୋତିରଞ୍ଜନ ମହାନ୍ତି ।