ଓଡ଼ିଆ ଡାକ୍ତରୀଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା,  ଜେରା ବେଳେ ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ

ପୀଡ଼ିତାଙ୍କ ବୟାନରେ ପୁରୁଷ ବନ୍ଧୁଙ୍କ ସମ୍ପୃକ୍ତି ଥିବା ହୋଇଛି ସ୍ପଷ୍ଚ ।

ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ

ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ Photograph: (Kanaknews)

କନକ ବ୍ୟୁରୋ:  ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ବାରମ୍ବାର ବୟାନ ବଦଳାଉଛି ପୁରୁଷବନ୍ଧୁ । ଫଳରେ ଘଟଣାର ୭ ଦିନ ପରେ ବି କୌଣସି ନିଷ୍କର୍ଷରେ ପହଞ୍ଚି ପାରୁନାହିଁ ପୁଲିସ । ଗିରଫ ହୋଇଥିବା ପୀଡ଼ିତା ଛାତ୍ରୀଙ୍କ ପୁରୁଷବନ୍ଧୁ ବାରମ୍ବାର ବୟାନ ବଦଳାଉଥିବା ବେଳେ ପୁଲିସର ତଦନ୍ତ ତା’ ଉପରେ କେନ୍ଦ୍ରୀଭୂତ ରହିଛି । ଗତ ୧୦ ତାରିଖ ରାତିରେ ପୀଡ଼ିତାଙ୍କ ସହ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା ।

ହେଲେ ବୈଷୟିକ ଓ ସାଇଣ୍ଟିଫିକ ଟିମ୍‌ର ତଦନ୍ତ ବେଳେ ଯେଉଁ ପ୍ରମାଣ ମିଳିଛି, ସେଥିରୁ ଏହା ଗଣଦୁଷ୍କର୍ମ ନୁହେଁ ବରଂ ଦୁଷ୍କର୍ମ ବୋଲି ସୂଚନା ଦେଇଛନ୍ତି ଅସନଶୋଲ-ଦୁର୍ଗାପୁର ପୁଲିସ କମିସନର । ପୀଡ଼ିତାଙ୍କ ସହ ଜଣେ ଦୁଷ୍କର୍ମ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଥିବା ପୁଲିସ କହିଛି । ତେଣୁ ଗିରଫ ହୋଇଥିବା ୬ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଷ୍କର୍ମକାରୀ କିଏ, ଏବେ ସେ ଦିଗରେ ତଦନ୍ତ ମୁହାଁଇଛି । ଏହି ଘଟଣାରେ ପ୍ରଥମେ ୫ ଜଣ ଅଭିଯୁକ୍ତଙ୍କୁ ଦୁଷ୍କର୍ମକାରୀ ସନ୍ଦେହରେ ଗିରଫ କରିଥିଲା ପୁଲିସ । 

ତେବେ ୧୪ ତାରିଖରେ ଦୁର୍ଗାପୁର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ ପରେ ପୁରୁଷବନ୍ଧୁଙ୍କ ସମ୍ପୃକ୍ତି ସାମନାକୁ ଆସିଥିଲା । ସେହି ବୟାନ ଆଧାରରେ ପୁରୁଷବନ୍ଧୁଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ କରିବା ପରେ ୭ ଦିନିଆ ରିମାଣ୍ଡରେ ରଖିଛି ପୁଲିସ । ତେବେ ଜେରାବେଳେ ପୁରୁଷବନ୍ଧୁ ବାରମ୍ବାର ବୟାନ ବଦଳାଉଥିବା ଜଣେ ସ୍ଥାନୀୟ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି ।


 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe