କନକ ବ୍ୟୁରୋ : ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ଦୁର୍ଗାପୁର ପୋଲିସ । ଫେରାର୍ ଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି କରୁଛି । ସେପଟେ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଝିଅର ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମବେଦନା ଜଣାଇବା ସହିତ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅପରାଧୀଙ୍କୁ କଠୋର ଦଣ୍ଡ ଦେବାପାଇଁ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି । ବାଲେଶ୍ଵର ଏସ.ପି ଦୁର୍ଗାପୁର ପୋଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେଉଛନ୍ତି । ସେପଟେ ଝିଅକୁ ଓଡ଼ଶା ଫେରାଇ ଆଣିବାକୁ କୋହଭରା ନିବେଦନ କରିଛନ୍ତି ପୀଡ଼ିତାଙ୍କ ବାପା । କଲେଜ କ୍ୟାମ୍ପସ ବାହାରକୁ ଜଣେ ପୁରୁଷ ବନ୍ଧୁଙ୍କ ସହ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ସମ୍ପୃକ୍ତ ଡାକ୍ତରୀ ଛାତ୍ରୀଙ୍କୁ ପିଛା କରିବା ସହ ନିଛାଟିଆ ଜାଗାକୁ ଟାଣି ନେଇଥିଲେ। ଜଙ୍ଗଲିଆ ଜାଗାରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁରୁଷ ବନ୍ଧୁ ଯୁବତୀଙ୍କୁ ଏକୁଟିଆ ଛାଡ଼ି ଦୌଡ଼ି ପଳାଇଥିବା ଅଭିଯୋଗ ହୋଇଛି। ଘଟଣାରେ ପୁରୁଷ ବନ୍ଧୁଙ୍କ ସଂପୃକ୍ତିକୁ ନେଇ ଉପୁଜିଛି ସନ୍ଦେହ ।
ସେପଟେ ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା କମିସନର । ପୀଡ଼ିତା ଯୁବତୀଙ୍କୁ ଭେଟିବାକୁ ମହିଳା କମିସନର ଏକ ଟିମ୍ ପଶ୍ଚିମବଙ୍ଗ ଯିବାକୁ ପ୍ରସ୍ତୁତ ହେଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us