କନକ ବ୍ୟୁରୋ:  ପଶ୍ଚିମବଙ୍ଗ ଦୁର୍ଗାପୁର ମେଡିକାଲରେ ଡାକ୍ତରୀ ଛାତ୍ରଙ୍କୁ ଗଣଦୁଷ୍କର୍ମ ଘଟଣା । ଏହି ଘଟଣାରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଦୁର୍ଗାପୁର ପୁଲିସ । ଫେରାର୍ ଥିବା ଅନ୍ୟ ୨ ଅଭିଯୁକ୍ତଙ୍କୁ ପୁଲିସ ଖୋଜାଖୋଜି କରୁଛି । ଗିରଫ ତିନି ଅଭିଯୁକ୍ତଙ୍କୁ ଦୁର୍ଗାପୁର କୋର୍ଟକୁ ଚାଲାଣ କରାଯାଇଛି । ସାରା ଦେଶରେ ହଇଚଇ ଖେଳାଇ ଦେଇଥିବା ମେଡିକାଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପଶ୍ଚିମବଙ୍ଗ ପୁଲିସ ତନାଘନା ଚଳାଇଛି । ଆଜି ଆସନସୋଲ ଦୁର୍ଗାପୁର ପୁଲିସ କମିସନର ଘଟଣାସ୍ଥଳକୁ ଯାଇ ଛାନଭିନ୍ କରିଛନ୍ତି ।

Advertisment

ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ସୂଚନା ରହିଛି । ଅଭିଯୋଗ ଅନୁସାରେ ପୁରୁଷ ବନ୍ଧୁଙ୍କ ସହ ଛାତ୍ରୀ ଜଣକ କ୍ୟାମ୍ପସ ବାହାରେ ଚାଲୁଥିବା ବେଳେ କିଛି ଦୁର୍ବୃତ୍ତ ପିଛା କରିଥିଲେ । ଭୟରେ ପୁରୁଷବନ୍ଧୁ ଦୌଡ଼ି ପଳାଇଥିବା ବେଳେ ଦୁର୍ବୃତ୍ତମାନେ ଛାତ୍ରୀଙ୍କୁ ନିଛାଟିଆ ସ୍ଥାନକୁ ଟାଣିନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୁରୁଷ ବନ୍ଧୁଙ୍କ ସଂପୃକ୍ତିକୁ ନେଇ ଉପୁଜିଛି ସନ୍ଦେହ । ଆଜି ସକାଳୁ ଦୁର୍ଗାପୁରର ସେହି ଘଟଣାସ୍ଥଳରେ ଛାନଭିନ୍ ଚଳାଇଛି ପୁଲିସ ।