ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା,  ପଶ୍ଚିମବଙ୍ଗ ଗଲେ ରାଜ୍ୟ ମହିଳା କମିସନ

ପୀଡ଼ିତାଙ୍କୁ ଭେଟି କରିବେ ଆଲୋଚନା । ସେପଟେ ୩ଅଭିଯୁକ୍ତ କୋର୍ଟ ଚାଲାଣ, ଜଣଙ୍କୁ ଜେରା

ପଶ୍ଚିମବଙ୍ଗ ଗଲେ ରାଜ୍ୟ ମହିଳା କମିସନ୍

ପଶ୍ଚିମବଙ୍ଗ ଗଲେ ରାଜ୍ୟ ମହିଳା କମିସନ୍ Photograph: (KanakNews)

କନକ ବ୍ୟୁରୋ:  ପଶ୍ଚିମବଙ୍ଗ ଦୁର୍ଗାପୁରରେ ଓଡ଼ିଶା ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା। ବାଲେଶ୍ବର ଗଲେ ରାଜ୍ୟ ମହିଳା କମିସନ୍‌ ଶୋଭନା ମହାନ୍ତି । ପୀଡ଼ିତା ଓ ତାଙ୍କ ପରିବାରକୁ ଭେଟିବେ ରାଜ୍ୟ ମହିଳା କମିସନ୍। ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିପରି ଅନ୍ୟ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ଦୁର୍ଗାପୁର ପୁଲିସ । ଦୁର୍ଗାପୁର ପୁଲିସର ସୂଚନା ଅନୁଯାୟୀ ସମସ୍ତ ଅଭିଯୁକ୍ତ ମେଡିକାଲ କଲେଜକୁ ଲାଗି ରହିଥିବା ଜଙ୍ଗଲ ଆଖପାଖ ଅଞ୍ଚଳର। ପୀଡ଼ିତାଙ୍କ ପାଖରୁ ଛଡ଼ାଇ ନେଇଥିବା ମୋବାଇଲ୍‌କୁ ଟ୍ରାକ୍ କରି ପୁଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିଥିଲା । ସେମାନେ ପାରନଗଞ୍ଜ ଜଙ୍ଗଲରେ ଲୁଚି ରହିଥିଲେ। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

 
ସେପଟେ ପୀଡ଼ିତାଙ୍କ ବାପା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୁହାରି କରିଛନ୍ତି କି, ତାଙ୍କ ଝିଅକୁ ଓଡ଼ିଶା ଯିବାକୁ ଅନୁମତି ଦିଆଯାଉ। ତାଙ୍କ ଝିଅର ଜୀବନ ପ୍ରତି ବିପଦ ରହିଛି ସେଥିପାଇଁ ତାଙ୍କୁ ଓଡ଼ିଶା ଯିବାକୁ ଦିଆଯାଉ। ଅନ୍ୟପଟେ ଗଣ ଦୁଷ୍କର୍ମ ମାମଲରେ ରାଜନୀତି ମଧ୍ୟ ତେଜିବାରେ ଲାଗିଛି। ରବିବାର ଏହାକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାତିରେ ଝିଅମାନେ ବାହାରକୁ ଆସିବା ଉଚିତ୍ ନୁହେଁ, ସେମାନେ ନିଜକୁ ମଧ୍ୟ ସୁରକ୍ଷା ଦେବା ଉଚିତ୍ ବୋଲି ମମତା କହିଥିଲେ। ମମତାଙ୍କ ଏଭଳି ମନ୍ତବ୍ୟ ପରେ ତାଙ୍କୁ ଚାରିଆଡୁ ସମାଲୋଚନା କରାଯାଇଛି। ଝିଅ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତିକୁ କଡା ସମାଲୋଚନା କରିଛନ୍ତି ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର। 

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ
୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଜଣେ ଅଟକ
ପୀଡ଼ିତାଙ୍କ ମୋବାଇଲଙ୍କୁ ଟ୍ରାକ୍‌ କରି ଅଭିଯୁକ୍ତଙ୍କୁ ଧରିଥିଲା ପୁଲିସ
ସମସ୍ତେ ମେଡିକାଲ କଲେଜ୍ ଆଖପାଖ ଅଞ୍ଚଳର
ଘଟଣା ଦିନ ପୀଡ଼ିତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ ଅଭିଯୁକ୍ତ
ମୋବାଇଲ୍ ଜବତ କରି ଫରେନସିକ୍‌ ଲ୍ୟାବ୍‌କୁ ପଠାଇଛି ପୁଲିସ୍
ଦୁର୍ଗାପୁରରେ ତଦନ୍ତ ପାଇଁ ପହଞ୍ଚିଛି ବାଲେଶ୍ବର ପୁଲିସ୍‌
ପଶ୍ଚିମବଙ୍ଗ ଗଲେ ରାଜ୍ୟ ମହିଳା କମିସନ୍

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe