କନକ ବ୍ୟୁରୋ : ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ପ୍ରଶିକ୍ଷଣ ଶିବିର । ଶିବିରରେ ଯୋଗ ଦେଇଛନ୍ତି ୧୩ଟି ବିଭାଗର ୧୦୦ରୁ ଉର୍ଦ୍ଧ୍ୱ ସରକାରୀ ଅଧିକାରୀ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଫେବୃଆରୀ ୫ ଓ ୬ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଉଛି । ଓଡ଼ିଆ ଲିଖନ କୌଶଳ, ଓଡ଼ିଆ ବାକ୍ୟ ଗଠନ, ଓଡ଼ିଆରେ ଚିଠା ଓ ଟିପ୍ପଣୀ ପ୍ରସ୍ତୁତ, ଓଡ଼ିଆ ଭାଷାର ପ୍ରଶାସନିକ ପ୍ରୟୋଗ ଏବଂ ଓଡ଼ିଆ ଭାଷାରେ ଆଦେଶନାମା ପ୍ରସ୍ତୁତି, ପ୍ରଶାସନିକ ଶବ୍ଦ ଚୟନ, ବନାନ ଶୁଦ୍ଧତା, ଇଂରାଜୀରୁ ଓଡ଼ିଆ ଅନୁବାଦ, କମ୍ପୁଟର ଓ ଓସ୍ୱାସ୍ରେ ଓଡ଼ିଆରେ ସରକାରୀ କାର୍ଯ୍ୟ ସମ୍ପାଦନ ଆଦିକୁ ନେଇ ସରକାରୀ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।
ଅଧିକ ପଢନ୍ତୁ : President: ଆଜି ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି
ପ୍ରଶିକ୍ଷଣ ଶିବିରର ଉଦ୍ଘାଟନୀ ସମାରୋହରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ରଶେଖର ହୋତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ପ୍ରଥମ ଦିନରେ ଡ଼. କୈଳାସ ଚନ୍ଦ୍ର ଟିକାୟତରାୟ, ସୁରେନ୍ଦ୍ର କୁମାର ଦାଶ ସରକାରୀ ଅଧିକାରୀମାନଙ୍କୁ ପ୍ରଶାସନିକ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ଏବଂ ଓଡ଼ିଆ ଭାଷାରେ ଚିଠା ଓ ଟିପ୍ପଣୀ ପ୍ରସ୍ତୁତିକୁ ନେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/06/loka-seba-bhaban-2026-02-06-07-56-04.jpg)