କନକବ୍ୟୁରୋ : ବିଦେଶିନୀଙ୍କ ମୁହଁରେ ଓଡ଼ିଆ ଭାଷା। ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିବା ବଲାଙ୍ଗୀର ଜିଲ୍ଲାର ଭୀମ ପାହାଡ଼ ବୁଲି ଦେଖିଛନ୍ତି ଜର୍ମାନର ପ୍ରତ୍ନତତ୍ୱବିତ ପ୍ରଫେସର । ଭାରତ ଗସ୍ତରେ ଆସିଥିବା ଜର୍ମାନୀ ବାସିନ୍ଦା ଆୟର ଲାଣ୍ଡ ୟୁନଭରସିଟିର ପ୍ରତ୍ନତ୍ୱତବିତ ପ୍ରଫେସର ଡ. ଲିଡ଼ିଆ ଗୁଜି ଓ ତାଙ୍କ ସ୍ଵାମୀ ନିକୋଲାସ ଭୀମ ପାହାଡ ବୁଲି ଦେଇଛନ୍ତି ।
ପାହାଡରେ ଥିବା ୬୪ ଗୁମ୍ଫା ସହ ଆଦିମ ଯୁଗର ଅସ୍ତ୍ରଶସ୍ତ୍ର ଥିବା ଦେଖି ସେମାନେ ଚମତ୍କୃତ ହୋଇଛନ୍ତି । ଏହା କେଉଁ ଯୁଗର ଗବେଷଣା କରିବାକୁ ଭାରତର ସରକାରଙ୍କୁ ଅନୁରୋଧ କରିବେ ବୋଲି ଡକ୍ଟର ଲିଡିଆ ଗୁଜି କହିଛନ୍ତି । ପାହାଡ଼ ବୁଲି ଦେଖିବା ପରେ ନିକଟସ୍ଥ କୁମୁରିଆ ଗାଁକୁ ଯାଇ କନ୍ଧ ଆଦିବାସୀଙ୍କୁ ଜୀବନଶୈଳୀ ଓ ଶୁଲିଆ ଯାତ୍ରା ସଂପର୍କରେ ପଚାରି ବୁଝିଥିଲେ । ଏହାପରେ ଜିଲ୍ଲାପାଲଙ୍କୁ ଭେଟି ରାଣିପୁର ଝରିଏଲ, ହରିଶଙ୍କର, ଚାନ୍ଦଲି ପାହାଡ଼, ଭୀମ ପାହାଡ଼ ଓ ସୁଲିଆପୀଠର ବିକାଶ ପାଇଁ ଅନୁରୋଧ କରିଥିଲେ ।