ଚାକିରି ନାଁରେ ଯୁବତୀ ଚାଲାଣ । ବିହାରକୁ ଲମ୍ବିଛି ରାକେଟ

Advertisment

ଓଡ଼ିଶାରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ହେଉଛନ୍ତି । କାମ ଦେବା ନାଁରେ ଗରିବ ଘରର ଝିଅମାନଙ୍କୁ ଓଡ଼ିଶାରୁ ରାଜ୍ୟ ବାହାରକୁ ନିଆଯାଉଛି । କଥା ନମାନିଲେ ଦିଆଯାଉଛି ନିର୍ୟାତନା। ଖାଇବାକୁ ଦିଆଯାଉନି ।

ଓଡ଼ିଶାରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ହେଉଛନ୍ତି । କାମ ଦେବା ନାଁରେ ଗରିବ ଘରର ଝିଅମାନଙ୍କୁ ଓଡ଼ିଶାରୁ ରାଜ୍ୟ ବାହାରକୁ ନିଆଯାଉଛି । କଥା ନମାନିଲେ ଦିଆଯାଉଛି ନିର୍ୟାତନା। ଖାଇବାକୁ ଦିଆଯାଉନି ।

Odia girl

Odia girl Photograph: (KanakNews )

କନକ ବ୍ୟୁରୋ : ଓଡ଼ିଶାରୁ ରାଜ୍ୟ ବାହାରକୁ ଯୁବତୀ ଚାଲାଣ ହେଉଛନ୍ତି । କାମ ଦେବା ନାଁରେ ଗରିବ ଘରର ଝିଅମାନଙ୍କୁ ଓଡ଼ିଶାରୁ ରାଜ୍ୟ ବାହାରକୁ ନିଆଯାଉଛି । କଥା ନମାନିଲେ ଦିଆଯାଉଛି ନିର୍ଯାତନା । ଖାଇବାକୁ ଦିଆଯାଉନି । ମୋବାଇଲ୍ ଛଡ଼ାଇ ନିଆଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ଜଣେ ଯୁବତୀ, ଦଲାଲଙ୍କ କବଳରୁ କୌଶଳକ୍ରମେ ଖସି ଆସିବା ପରେ ତାଙ୍କ ଦୁଃଖ କାହାଣୀ ବର୍ଣ୍ଣନା କରିଛନ୍ତି । ପର୍ଦାଫାଶ ହୋଇଛି ଯୁବତୀ ଚାଲାଣ ରାକେଟର ଗୁମର।

ସୌଭାଗ୍ୟ ବସତଃ ଏଇ ଯୁବତୀ ଜଣଙ୍କ ଖସି ଆସିଥିଲେ ବି, ବିହାରରେ ଆଉ କିଛି ଯୁବତୀ ଫଶି ରହିଛନ୍ତି ।  ଅଭିଯୋଗ ଅନୁସାରେ, ଗତ ଅକ୍ଟୋବର ମାସରେ ରାଜନଗର ଅଞ୍ଚଳର ୨ ଓ ସାଲେପୁର ଅଞ୍ଚଳର କିଛି ଯୁବତୀଙ୍କୁ ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ କାମ ଦେବାକୁ କହି ନିଶ୍ଚିନ୍ତକୋଇଲି କାନପୁରର ଶଙ୍କର ଭଞ୍ଜ ନାମକ ଦଲାଲ ଭୁବନେଶ୍ଵର ନେଇଥିଲା । ପରେ ନେଇଥିଲା ବିହାର । ସେଠାରେ ଏଇ ଝିଅମାନଙ୍କୁ ଅର୍କେଷ୍ଟ୍ରାରେ ନାଚିବା ସହ ଅନୈତିକ କାମ କରିବାକୁ କହିଥିଲା । ଝିଅମାନେ ରାଜି ନହେବାରୁ  ଖାଇବାକୁ ନଦେଇ  ନିର୍ଯାତନା ଦିଆଯାଇଥିଲା । ୩ ଜଣ ଯୁବତୀ କୌଶଳକ୍ରମେ ଓଡ଼ିଶା ଫେରିଆସିଥିଲେ ବି ଆଉ କେତେ ଫଶି ରହିଥିବାରୁ ଚିନ୍ତାରେ ପଡିଛନ୍ତି ସମ୍ପର୍କୀୟ । ଏନେଇ ରାଜନଗର ଥାନାରେ ଏତଲା ଦେଇଛନ୍ତି । ରାଜନଗର ଅଞ୍ଚଳର ଆହୁରି ଜଣେ ଓ ସାଲେପୁର ଅଞ୍ଚଳର କିଛି ଝିଅ ବିହାରରେ ଅଟକ ଅଛନ୍ତି । ସେମାନଙ୍କୁ ଉଦ୍ଧାର ସହ ଯୁବତୀ ଚାଲାଣ ରାକେଟକୁ ଧରିବା ପାଇଁ ଯୁବତୀଙ୍କ ସମ୍ପର୍କୀୟ ନିବେଦନ  କରିଥିବା ବେଳେ ପୁଲିସର ପ୍ରତିକ୍ରିୟା ମିଳିପାରିନାହିଁ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe