ବିଶ୍ବ ତୀରନ୍ଦାଜି ପାରା ସିରିଜ୍‌ରେ ଭାଗନେବେ ଓଡ଼ିଆ ଝିଅ ପାୟଲ

Advertisment

ଗତ ଡିସେମ୍ବରରେ ଦୁବାଇରେ ଆୟୋଜିତ ଏସୀୟ ପାରା ଯୁବ କ୍ରୀଡ଼ାରେ ଭାଗନେଇ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ହେଲେ ଏହି ପ୍ରତିଯୋଗିତାରେ ସେ ପଦକ ଜିତିବାରେ ସଫଳ ହୋଇ ନଥିଲେ ମଧ୍ୟ ଅନେକ ଅଭିଜ୍ଞତା ସାଉଁଟିଥିଲେ । 

ଗତ ଡିସେମ୍ବରରେ ଦୁବାଇରେ ଆୟୋଜିତ ଏସୀୟ ପାରା ଯୁବ କ୍ରୀଡ଼ାରେ ଭାଗନେଇ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ହେଲେ ଏହି ପ୍ରତିଯୋଗିତାରେ ସେ ପଦକ ଜିତିବାରେ ସଫଳ ହୋଇ ନଥିଲେ ମଧ୍ୟ ଅନେକ ଅଭିଜ୍ଞତା ସାଉଁଟିଥିଲେ । 

payal nag

payal nag Photograph: (Kanak news)

କନକ ବ୍ୟୁରୋ: ଓଡ଼ିଶାର ଉଦୀୟମାନ ପାରା ତୀରନ୍ଦାଜ ପାୟଲ ନାଗ ଆଗାମୀ ବିଶ୍ବ ତୀରନ୍ଦାଜି ପାରା ସିରିଜ୍‌ରେ ଭାଗନେବେ । ଚଳିତ ମାସ ୨୯ରୁ ଏପ୍ରିଲ୍‌ ୫ ତାରିଖ ପର୍ଯ୍ୟନ୍ତ ବ୍ୟାଙ୍କକ୍‌ରେ ହେବାକୁ ଥିବା ଏହି ପ୍ରତି‌ଯୋଗିତାର କମ୍ପାଉଣ୍ଡ ମହିଳା ଓପନ୍‌ ଇଭେଣ୍ଟରେ ସେ ଭାରତରୁ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଏହା ତାଙ୍କର ଦ୍ବିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା ହେବାକୁ ଯାଉଛି । ଗତ ଡିସେମ୍ବରରେ ଦୁବାଇରେ ଆୟୋଜିତ ଏସୀୟ ପାରା ଯୁବ କ୍ରୀଡ଼ାରେ ଭାଗନେଇ ସେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ । ହେଲେ ଏହି ପ୍ରତିଯୋଗିତାରେ ସେ ପଦକ ଜିତିବାରେ ସଫଳ ହୋଇ ନଥିଲେ ମଧ୍ୟ ଅନେକ ଅଭିଜ୍ଞତା ସାଉଁଟିଥିଲେ । 

ଆହୁରି ପଢ଼ନ୍ତୁ... ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ୍‌: ଆରମ୍ଭରୁ ସାତ୍ତ୍ବିକ-ଚିରାଗ ବିଦା

ଏହି ଅଭିଜ୍ଞତା ବିଶ୍ବ ପ୍ରତିଯୋଗିତାରେ ଉପଯୋଗ କରି ପଦକ ଜିତିବା ଆଶାରେ ଅଛନ୍ତି ଏହି ଦୁଇ ଗୋଡ଼ ଓ ଦୁଇ ହାତ ନଥିବା ପାରା ତୀରନ୍ଦାଜ ପାୟଲ। ବଲାଙ୍ଗୀରର ଏକ ଗରିବ ପରିବାରେ ଜନ୍ମିତ ୧୮ ବର୍ଷୀୟା ଏହି ଓଡ଼ିଆ ଝିଅ ୨୦୨୫ ଜାତୀୟ ପାରା ତୀରନ୍ଦାଜି ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ପଦକ ଜିତି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହାପରେ ସେ ୨୦୨୬ରେ ପୁଣି ଥରେ ଜାତୀୟ ପ୍ରତିଯୋଗିତାରେ ପଦକ ଜିତି ଲଗାତାର ପୋଡିୟମ୍‌ ଫିନିସ୍‌ କରିବାର ସଫଳତା ପାଇଥିଲେ। ବିଶ୍ବ ତୀରନ୍ଦାଜି ପ୍ରତିଯୋଗିତାରେ ପାୟଲ ଭାଗ ନେବାକୁ ଯାଉଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe