ଓଡ଼ିଆ ଚଳଚ୍ଚିତ୍ରକୁ ୯୦ ବର୍ଷ, ‘ସୀତା ବିବାହରୁ’ ଆରମ୍ଭ ହୋଇଥିଲା ଓଲିଉଡ୍‌ର ଯାତ୍ରା

Advertisment

୯୦ବର୍ଷରେ ପହଞ୍ଚିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ୧୯୩୬ ଆଜିର ଦିନରେ ପରଦାକୁ ଆସିଥିଲା ପ୍ରଥମ ଓଡ଼ିଆ ଫିଲ୍ମ ସୀତା ବିବହା । ଓଡ଼ିଶା ଇତିହାସରେ ଯୋଡ଼ି ହୋଇଥିଲା ଏକ ନୂଆଫର୍ଦ୍ଦ । 

Updated On

୯୦ବର୍ଷରେ ପହଞ୍ଚିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ । ୧୯୩୬ ଆଜିର ଦିନରେ ପରଦାକୁ ଆସିଥିଲା ପ୍ରଥମ ଓଡ଼ିଆ ଫିଲ୍ମ ସୀତା ବିବହା । ଓଡ଼ିଶା ଇତିହାସରେ ଯୋଡ଼ି ହୋଇଥିଲା ଏକ ନୂଆଫର୍ଦ୍ଦ । 

ଅଦ୍ୟତନ ହୋଇଛି
sita bibaha

sita bibaha Photograph: (KanakNews )

କନକ ବ୍ୟୁରୋ: ୧୯୩୬ ମସିହା ଏପ୍ରିଲ ୨୮ ତାରିଖ, ଓଡ଼ିଶା ଇତିହାସରେ ଯୋଡ଼ି ହୋଇଥିଲା ଏକ ନୂଆଫର୍ଦ୍ଦ । ଏହିଦିନ ମୁକ୍ତିଲାଭ କରିଥିଲା ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’। ଏହି କଳାଧଳା ଚଳଚ୍ଚିତ୍ର  ସେତେବେଳେ ବେଶ୍ ଲୋକପ୍ରିୟ ହୋଇଥିଲା । ଏହା ଭିତରେ ୯୦ବର୍ଷରେ ପହଞ୍ଚିଛି ଓଡ଼ିଆ ଚଳଚ୍ଚିତ୍ର ଜଗତ ।  

ସେତେବେଳେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କଥା ଚିନ୍ତା ବାହାରେ ଥିଲା । କିନ୍ତୁ ଏହା କରି ଦେଖାଇଥିଲେ ପୁରୀର ମୋହନସୁନ୍ଦର ଦେବ ଗୋସ୍ୱାମୀ । ତିଆରି କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ । ଏଥିପାଇଁ ସେ ପତ୍ନୀଙ୍କ ଗହଣା ବିକିବା ସହ ଘର ବନ୍ଧା ରଖିଥିଲେ । ଖର୍ଚ୍ଚ କରିଥିଲେ ୨୯ ହଜାର ୭୮୧ ଟଙ୍କା । କଲିକତାର ଏକ ଷ୍ଟୁଡିଓରେ ସୁଟିଂ ହୋଇଥିଲା । ୨୮ ଏପ୍ରିଲ୍ ୧୯୩୬ରେ ପୁରୀ ‘ଲକ୍ଷ୍ମୀ ଟକିଜ୍’ରେ ମୁକ୍ତିଲାଭ କରିଥିଲା ‘ସୀତା ବିବାହ’ । ଚଳଚ୍ଚିତ୍ରଟି ବେଶ୍ ଲୋକପ୍ରିୟ ହୋଇଥିଲା । ଏବେ କୋଟିକୋଟି ଟଙ୍କାରେ ବର୍ଷକୁ ୨୫ରୁ ୩୦ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଉଛି। କିନ୍ତୁ ଦର୍ଶକଙ୍କ ପସନ୍ଦ ହେଉନାହିଁ । 
 

୯୦ ବର୍ଷ ମଧ୍ୟରେ ବହୁ କଳାକାର, ନିର୍ଦ୍ଦେଶକ, ପ୍ରଯୋଜକ, ଗୀତିକାର ଓ ସଂଗୀତ ନିର୍ଦ୍ଦେଶକଙ୍କୁ ପରିଚୟ ଦେଇଛି ଓଡ଼ିଆ ସିନେମା । ଓଲିଉଡର ଏହି ଯାତ୍ରାରେ ମୟୂରଭଞ୍ଜର ବଡ଼ ଭୂମିକା ଅଛି । ଏହି ମାଟିରେ ଜନ୍ମ ନେଇଛନ୍ତି ଅନେକ ଅଭିନେତା । ସ୍ୱର୍ଗତ ଅଜିତ ଦାସ, ବିଜୟ ମହାନ୍ତି ଓ ଉତ୍ତମ ମହାନ୍ତିଙ୍କଠାରୁ ଆରମ୍ଭ କରି ବର୍ତ୍ତମାନ ରାଜ୍‌ କରୁଥିବା ସ୍ୱରାଜ ବାରିକ । ବାରିପଦା ଅନେକ କଳାକାର, ନିର୍ଦ୍ଦେଶକ ଓ ସଙ୍ଗୀତଜ୍ଞଙ୍କୁ ଭେଟି ଦେଇଛି । ଏହି ଅବସରରେ ଚଳଚ୍ଚିତ୍ର ବ୍ୟକ୍ତିତ୍ବମାନେ ବାରିପଦାରେ ଏକତ୍ର ହୋଇ ଆଲୋଚନା କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ରକୁ ଆହୁରି ଅନେକ ଆଗକୁ ଯିବାର ଅଛି । ହେଲେ କେମିତି ଆଗକୁ ଯିବ ? କେମିତି ପୁଣି ଦର୍ଶକ ଓଡ଼ିଆ ଚଳଚ୍ଚିତ୍ରକୁ ଭଲ ପାଇବେ ? ଏନେଇ ଚେଷ୍ଟା ଜାରି ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe