ପ୍ରବାସୀ ଓଡ଼ିଆ ଡ. ଅରୁଣ କୁମାର ପ୍ରହରାଜ ପାଇଲେ ଓଡ଼ିଶା ସେବାରତ୍ନ ସମ୍ମାନ

ପ୍ରବାସ ବାହାରିନରେ ଅଵସ୍ଥାନ କରୁଥିବା ପ୍ରବାସୀ ଓଡ଼ିଆ ଡ. ଅରୁଣ କୁମାର ପ୍ରହରାଜଙ୍କୁ ତାଙ୍କର ପ୍ରବାସୀ ଓଡ଼ିଆ କର୍ମଜୀବୀ ମାନଙ୍କ ସେବା ପାଇଁ  ବ୍ରାଇଟ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ 'ଓଡ଼ିଶା ସେବାରତ୍ନ ସମ୍ମାନ - ୨୦୨୫ ପ୍ରଦାନ କରାଯାଇଛି

WhatsApp Image 2025-10-18 at 10.33.30 AM

Photograph: (KANAKNEWS)

କନକବ୍ୟୁରୋ  : ପ୍ରବାସ ବାହାରିନରେ ଅଵସ୍ଥାନ କରୁଥିବା ପ୍ରବାସୀ ଓଡ଼ିଆ ଡ. ଅରୁଣ କୁମାର ପ୍ରହରାଜଙ୍କୁ ତାଙ୍କର ପ୍ରବାସୀ ଓଡ଼ିଆ କର୍ମଜୀବୀ ମାନଙ୍କ ସେବା ପାଇଁ  ବ୍ରାଇଟ ଓଡ଼ିଶା ଅନୁଷ୍ଠାନ ପକ୍ଷରୁ 'ଓଡ଼ିଶା ସେବାରତ୍ନ ସମ୍ମାନ - ୨୦୨୫ ପ୍ରଦାନ କରାଯାଇଛି ।  ଓଡ଼ିଆ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସହଯୋଗରେ ଜୟଦେବ ଭବନ ଠାରେ  ଆୟୋଜିତ ଏକ ଭବ୍ୟ ସମାରୋହରେ ଡ. ପ୍ରହରାଜଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

2113
Photograph: (KANAKNEWS)

ଉଲ୍ଲେଖଯୋଗ୍ୟ ଯେ, ଡ. ପ୍ରହରାଜ ଦୀର୍ଘଦିନ ଧରି ବାହାରିନରେ ବସବାସ କରୁଥିବା ବେଳେ ସେ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଜୀବୀ ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ମାନବୀୟ, ଅର୍ଥନୈତିକ, ବୃତ୍ତିଗତ ସଙ୍କଟକୁ ବ୍ୟକ୍ତିଗତ ସ୍ତରରେ ସମାଧାନ କରି ପ୍ରବାସୀ ମାନଙ୍କ ପାଇଁ ଜଣେ ତ୍ରାଣକର୍ତ୍ତା ଭାବେ ପରିଚିତ ଅଟନ୍ତି।  ଏଥିସହିତ ସେ ବାହାରିନରେ ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା ପର୍ଯ୍ୟଟନ ହସ୍ତଶିଳ୍ପ ଆଦିର ପ୍ରଚାର ପ୍ରସାର କରୁଥିବାରୁ ସେ ବିଶ୍ୱ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ଏତଦ୍ ବ୍ୟତୀତ ଓଡ଼ିଶାରେ ଯୁବ, ମହିଳା, କୃଷି କ୍ଷେତ୍ରରେ କୌଶଳ ବିକାଶ ଦିଗରେ କାର୍ଯ୍ୟ କରୁ ଜଣେ ବିଶିଷ୍ଟ ସମାଜସେବୀ ଭାବରେ ସେ ବହୁ ପରିଚିତ ଅଟନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe