କନକ ବ୍ୟୁରୋ: ଓଡିଆ ଭଜନକୁ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି । କୋଟି ଓଡିଆଙ୍କ ମଉଡମଣୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରଚିତ ଓଡିଆ ଆଧ୍ୟାତ୍ମିକ ଭଜନ ‘ଜଗା ତୁ ଯାଦୁଗର’କୁ ମିଳିଛି ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ-୨୦୨୪ । ହଙ୍ଗାମା ଆର୍ଟିଷ୍ଟ ଆଲାଉଡ୍ ପକ୍ଷରୁ ମାୟାନଗରୀ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଗ୍ରାଣ୍ଡ ଫିନାଲେରେ ଏହି ସମ୍ମାନ ଗ୍ରହଣ କରିଛନ୍ତି ଓଡିଆ ପୁଅ ତଥା ‘ଜଗା ତୁ ଯାଦୁଗରର କଣ୍ଠଶିଳ୍ପୀ ଅଭିଜିତ୍ ମିଶ୍ର । ଜାତୀୟ ସ୍ତରରେ ଓଡ଼ିଆ ଭଜନକୁ ସ୍ୱୀକୃତି ମିଳିବା ଓଡିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ ହୋଇଥିବା ବେଳେ ଏହା ସମସ୍ତ ଜଗନ୍ନାଥପ୍ରେମୀଙ୍କ ପାଇଁ ଏହା ଏକ ଖୁସିର ଖବର ।
ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ମୁକ୍ତିଲାଭ କରିଥିଲା ଏହି ଭକ୍ତିଭାବ ଭରା ଭଜନ । ଏହି ଭଜନକୁ ଗୀତିକାର ରାମକୃଷ୍ଣ ବାରିକ ଲେଖିଥିବା ବେଳେ ଏହାର ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ ନିଜେ ଅଭିଜିତ୍ ମିଶ୍ର କରିଥିଲେ । ‘ଜଗା ତୁ ଯାଦୁଗର’ ଗୀତ କିଛି ଦିନ ତଳେ ଇଣ୍ଡିଆନ୍ ମ୍ୟୁଜିକ୍ ଆୱାର୍ଡ ପାଇଁ ଚୟନ ହୋଇଥିବା ବେଳେ ଗତ ଶୁକ୍ରବାର ରାତିରେ ମୁମ୍ବାଇରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏ ସମ୍ମାନ ସବୁ ମହାପ୍ରଭୁଙ୍କର ବୋଲି ଗୀତର ଲେଖକ ରାମକୃଷ୍ଣ ଏବଂ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2024/11/30/XkzBDRLlXUeot7QkAQpB.jpg)