ହ୍ୟାଣ୍ଡବଲ୍‌ ଇତିହାସରେ ନୂଆଫର୍ଦ୍ଦ ; ଓଡ଼ିଆ କୋଚ୍ ଗୌରୀଶଙ୍କର ମିଶ୍ରଙ୍କୁ ବଡ଼ ଦାୟିତ୍ବ

ହ୍ୟାଣ୍ଡବଲ୍‌ ଇତିହାସରେ ନୂଆଫର୍ଦ୍ଦ । ଓଡ଼ିଆ କୋଚ୍ ଗୌରୀଶଙ୍କର ମିଶ୍ରଙ୍କୁ ବଡ଼ ଦାୟିତ୍ବ । ଏସିଆନ ଜୁନିଅର ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳର ମ୍ୟାନେଜର ମନୋନୀତ । ଜୁଲାଇ ୧ରୁ ୧୧ ତାରିଖ ଯାଏ ଜୋଡାନରେ ହେବ ଚାମ୍ପିଅନସିପ୍ ।

hand ball odia coach

hand ball odia coach Photograph: (KanakNews)

କନକ ବ୍ୟୁରୋ: ଓଡ଼ିଶାର ହ୍ୟାଣ୍ଡବଲ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡି ହେବାକୁ ଯାଉଛି । କୋଚ୍ ଗୌରୀଶଙ୍କର ମିଶ୍ରଙ୍କୁ ମିଳିଛି ବଡ଼ ଦାୟିତ୍ବ । ଜୋଡାନଠାରେ ହେବାକୁ ଥିବା ଏସିଆନ ଜୁନିୟର ଚମ୍ପିଆନସିପ୍ ପାଇଁ ଭାରତୀୟ ଦଳର ମ୍ୟାନେଜର ଭାବେ ନିଯୁକ୍ତ ହୋଇଛନ୍ତି ଗୌରୀଶଙ୍କର । ଭାରତୀୟ ହ୍ୟାଣ୍ଡବଲ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆନନ୍ଦେଶ୍ୱର ପାଣ୍ଡେ ଏହି ଘୋଷଣା କରିଛନ୍ତି ।

 ଆସନ୍ତା ଜୁଲାଇ ୧ ତାରିଖରୁ ୧୧ ତାରିଖ ଯାଏଁ ଜୋଡାନରେ ଅନୁଷ୍ଠିତ ହେବ ଏହି ଚାମ୍ପିଅନସିପ୍ । ଗୌରୀ ଶଙ୍କର ମିଶ୍ର ହେଉଛନ୍ତି ଓଡିଶାର ପ୍ରଥମ ଓ ଏକମାତ୍ର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ଖେଳାଳି ଆର୍ଯ୍ୟନ ବ୍ରାହ୍ମିନଙ୍କ ବାପା । ଗୌରୀ ଶଙ୍କରଙ୍କ ଏହି ସଫଳତା ପାଇଁ ଓଡିଶା ହ୍ୟାଣ୍ଡବଲ ସଂଘର ସଭାପତି ବିପ୍ଳବ ଚୌଧୁରୀ, ସମ୍ପାଦକ ଇଂ ମାନସ କୁମାର ସିଂ, ଭୁବନେଶ୍ୱର ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ସେପଟେ ଏତେ ବଡ଼ ଦାୟିତ୍ବ ପାଇବା ପରେ ଆମ ପ୍ରତିନିଧିଙ୍କୁ ସହ ସିଧାସଳଖ କଥା ହୋଇଛନ୍ତି ଗୌରୀଶଙ୍କର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe