ବିଦେଶରେ ଓଡ଼ିଆ ପୁଅଙ୍କ କମାଲ୍ , ହାତେଇଲେ ବ୍ରୋଞ୍ଜ ପଦକ । ଏବେ ଅନିଶ ଜେନାଙ୍କୁ ଚାରିଆଡେ ଚର୍ଚ୍ଚା

Advertisment

ବିଦେଶରେ ଓଡ଼ିଆ ପୁଅଙ୍କ କମାଲ୍ । ରୋମାନିଆରେ ହାତେଇଲେ ବ୍ରୋଞ୍ଜ ପଦକ  । ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋମାନିଆର ବୁରାରେଷ୍ଟ ଠାରେ ଚାଲିଥିଲା ୨୧ତମ ଅନ୍ତର୍ଜାତୀୟ ଜୁନିଅର ବିଜ୍ଞାନ ଅଲିମ୍ପିଆଡ୍   । 

ବିଦେଶରେ ଓଡ଼ିଆ ପୁଅଙ୍କ କମାଲ୍ । ରୋମାନିଆରେ ହାତେଇଲେ ବ୍ରୋଞ୍ଜ ପଦକ  । ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋମାନିଆର ବୁରାରେଷ୍ଟ ଠାରେ ଚାଲିଥିଲା ୨୧ତମ ଅନ୍ତର୍ଜାତୀୟ ଜୁନିଅର ବିଜ୍ଞାନ ଅଲିମ୍ପିଆଡ୍   । 

odia

odia Photograph: (odia )

କନକବ୍ୟୁରୋ: ବିଦେଶରେ ଓଡ଼ିଆ ପୁଅଙ୍କ କମାଲ୍।  ରୋମାନିଆରେ ହାତେଇଲେ ବ୍ରୋଞ୍ଜ ପଦକ  । ଓଡ଼ିଆ ପୁଅ ଅନିଶ ଜେନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରୋମାନିଆର ବୁରାରେଷ୍ଟ ଠାରେ ଚାଲିଥିଲା ୨୧ତମ ଅନ୍ତର୍ଜାତୀୟ ଜୁନିଅର ବିଜ୍ଞାନ ଅଲିମ୍ପିଆଡ୍    ।    ଯାହା ଏଇ ନିକଟରେ ଉଦଯାପିତ ହୋଇଛି । ଆଉ ଏଥିରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି ଓଡ଼ିଆ ପୁଅ ଅନିଶ ଜେନା   ।

ଏହି ବିଶ୍ବସ୍ତରୀୟ ପ୍ରତିଯୋଗିତାରେ ସେ ୟୁଏଇ ଦେଶକୁ ପ୍ରତିନିଧିତ୍ବ କରୁଥିଲେ   ।   ୫୦ଟି ଦେଶରୁ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲାବେଳେ ଅନିଶ ହାତେଇଛନ୍ତି ବ୍ରୋଞ୍ଜ ପଦକ  ।  ତେବେ ଏହି ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ୍ ହାସଲ କରିଛି ଭାରତ । 

ପ୍ରତିବର୍ଷ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ  । ଯାହା ଏଥର ପେଲେସ୍ କାଷ୍ଟଲ୍ ଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଦେଶର ପ୍ରତିଯୋଗୀ ଭାଗ ନେଇ ବିଭିନ୍ନ ଥିଓରି ଓ ପ୍ରାକ୍ଟିକାଲ୍ ଭିତ୍ତିକ ବିଜ୍ଞାନ ପ୍ରଦର୍ଶନ କରିଥିଲେ   ।  ଯେଉଁଥିରେ ଯାଜପୁର ଜିଲ୍ଲା ବରୀ ଡିହସାହିର ବୈଦ୍ୟନାଥ ଜେନାଙ୍କ ପୁଅ ଅନିଶ ୟୁଏଇକୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇଥିଲେ । 

ବାପା ବୈଦ୍ୟନାଥ ଦୀର୍ଘ ଦିନ ଧରି ପ୍ରବାସୀ ଓଡ଼ିଆ ଭାବେ ୟୁଏଇରେ ଏକ ପ୍ରତିଷ୍ଠିତ ସଂସ୍ଥାର ନିର୍ଦ୍ଦେଶକ ଭାବେ କାମ କରୁଥିଲାବେଳେ ଅନିଶଙ୍କ ମା’ ଅନିମାରାଣି ଫାର୍ମାସୀ ଚଳାନ୍ତି । ଅନିଶ ସେଠାରେ ପାଠ ପଢ଼ୁଥିଲାବେଳେ ତାଙ୍କର ବିଜ୍ଞାନ ପ୍ରତି ରହିଛି ବିଶେଷ ରୁଚି । 

ଅନିଶଙ୍କର ଏହି କୃତୀତ୍ବ ଲାଗି ଜେଜେ ରାଜକିଶୋର ଜେନା, ଜେଜେ ମା’ ରାଧାରାଣି ଜେନା, ଅଜା ନାରାୟଣ ପ୍ରସାଦ ନାୟକ, ଆଈ କୁମୁଦଲତା ନାୟକ, ବନ୍ଧୁ ଓ ପରିବାରବର୍ଗଙ୍କ ସମେତ ଗାଁ ଓ ୟୁଏଇରେ ରହୁଥିବା ପ୍ରବାସୀ ଓଡ଼ିଆ ସମୁଦାୟଙ୍କ ପକ୍ଷରୁ ଅନିଶଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe