କନକବ୍ୟୁରୋ : ନେପାଳରେ ଓଡ଼ିଆ ପୁଅଙ୍କ କମାଲ୍‌  ।  କାଠମାଣ୍ଡୁରେ ଚମକିଲେ ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ। ଏସିଆନ୍ ଭାରୋତ୍ତୋଳନ ପ୍ରତିଯୋଗିତାରେ ବାଜିମାତ କରି ୨ଟି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି  ।  ଏସିଆନ  ପ୍ରତିଯୋଗିତା ପାଇଁ ମନୋନୀତ ହୋଇ ୧୫ ଅଗଷ୍ଟରୁ ୧୭ ଅଗଷ୍ଟ କାଠମାଣ୍ଡୁରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଏହି ସଫଳତା ପାଇଛନ୍ତି  ।   ଜୁନିଅର ବିଭାଗର ୧୨୦ କେଜି ବର୍ଗ ଡେଡ୍ ଲିଫ୍ଟିଂରେ ସ୍ୱର୍ଣ୍ଣ ହାତେଇବା ସହ ସାମଗ୍ରିକ ଭାରୋତ୍ତୋଳନରେ ସ୍କ୍ୱାଟ୍‌, ବେଞ୍ଚ ପ୍ରେସରେ ଆଉ ଏକ ସ୍ବର୍ଣ୍ଣ ପଦକ ପାଇଛନ୍ତି । ଆଗକୁ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ମନୋନୀତ ହେବା ଓ ସଫଳତା ଲକ୍ଷ୍ୟରେ ଆଗେଇ ଚାଲିଛନ୍ତି ଦେବୀ ପ୍ରସାଦ ।