କନକବ୍ୟୁରୋ : ଅନଲାଇନ ଗେମ ବଦଳାଇଦେଲା ଭାଗ୍ୟ । ମାତ୍ର ୪୯ ଟଙ୍କା ଵିନିଯୋଗ କରି ୩ କୋଟି ଟଙ୍କା ଜିତିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରଖପଦା ଗାଁର ଯୁବକ ଅନୀଲ ତରାଇ  ।  ତାଙ୍କ ବାପା ଜଣେ ମାଛ ବ୍ୟବସାୟୀ ହୋଇଥିବା ବେଳେ ଅନୀଲ ଗାଁରେ ରହି ଚାଷ କାମ କରନ୍ତି ।  ତାଙ୍କ ସାଙ୍ଗ ସାଥି ଅନଲାଇନରେ  ଗେମ୍ ଖେଳୁଥିବା ଦେଖି ଅନୀଲ ମାତ୍ର ଚାରି ଦିନ ତଳେ ୧୧ ଜଣିଆ ଟିମ୍ କରି ମାଇ ଇଲେଭେନ୍ ସର୍କଲ ଗେମ୍ ଆପରେ ୪୯ ଟଙ୍କା ବିନିଯୋଗ କରିଥଲେ ।

Advertisment

୪ ଦିନ ଗେମ୍ ଖେଳିବା ପରେ ଗତକାଲି ରାତି ଏଗାରଟା ବେଳେ ତାଙ୍କୁ ଏକ ଫୋନ କଲ୍ ଆସିଥିଲା  ।  ଯେଉଁଥିରୁ ଅନୀଲ ୩ କୋଟି ଟଙ୍କା ସହ ଏକ ଥାର୍ ଗାଡି ଜିତିଥିବା ସୂଚନା ପାଇଥିଲେ । ରାତି ଗୋଟାଏ ବେଳକୁ ତାଙ୍କ ବ୍ୟାଙ୍କ ଖାତାକୁ ୩ କୋଟି ଟଙ୍କା ଆସିଥିଲା । ଏ ଖବର ଜାଣିବା ପରେ ଅନୀଲଙ୍କ ପରିବାର ଓ ଗାଁ ଲୋକଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖାଦେଇଛି।