ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ । ୨୧ ବର୍ଷ ବୟସରେ ପ୍ରଚାର ମଙ୍ଗ ଧରିଛନ୍ତି ସମୟ ସାହୁ

  ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ଙ୍କ ପାଇଁ କରୁଛନ୍ତି ପ୍ରଚାର । ମାତ୍ର ୨୧ ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଡେମୋକ୍ରାଟିକ୍ ଦଳର ବାର୍ତ୍ତା ଜନତାଙ୍କ ନିକଟରେ ରଖୁଛନ୍ତି । ସମୟଙ୍କ ଘର ରାୟଗଡ଼ା ଜିଲ୍ଲାରେ ।

ଅଦ୍ୟତନ ହୋଇଛି
America odia

କନକ ବ୍ୟୁରୋ :  ଆମେରିକା ରାଜନୀତିରେ ସକ୍ରିୟ ଓଡ଼ିଆ ପୁଅ ସମୟ ସାହୁ । ରାଷ୍ଟ୍ରପତି ପ୍ରାର୍ଥୀ କମଳା ହାରିସ୍‌ଙ୍କ ପାଇଁ କରୁଛନ୍ତି ପ୍ରଚାର । ମାତ୍ର ୨୧ ବର୍ଷ ବୟସରେ ପ୍ରଚାର ମଙ୍ଗ ଧରି ଡେମୋକ୍ରାଟିକ୍ ଦଳର ବାର୍ତ୍ତା ଜନତାଙ୍କ ନିକଟରେ ରଖୁଛନ୍ତି । ସମୟଙ୍କ ଘର ରାୟଗଡ଼ା ଜିଲ୍ଲାରେ । ଆମେରିକାରେ ଚାକିରି ପାଇବାରୁ ସମୟଙ୍କ ବାପା ମାନସ ସାହୁ ପରିବାର ସହ ଭାରତ ଛାଡିଥିଲେ । ବର୍ତ୍ତମାନ ପରିବାର ସହ ସମୟ ନ୍ୟୁ ହାମସାୟର ରାଜ୍ୟ ନାସୁଆ ସହରରେ ରହୁଛନ୍ତି ।

୨୦୦୮ରେ ସେ ବାରାକ ଓବାମାଙ୍କ ଭାଷଣରେ ପ୍ରଭାବିତ ହୋଇଥିଲେ । ପୁଅର ଆଗ୍ରହ ଦେଖି ଆମେରିକାର ଇତିହାସ ଓ ରାଜନୀତି ବିଷୟରେ ଜାଣିବା ପାଇଁ ସୁଯୋଗ ଦେଇଥିଲେ। ସମୟଙ୍କ ନେତୃତ୍ବ ନେବା ଦକ୍ଷତା ଓ ଭାଷଣ ଶୈଳୀ ପାଇଁ ଡେମୋକ୍ରାଟିକ୍ ପାର୍ଟି ତାଙ୍କୁ ସୁଯୋଗ ଦେଇଥିଲା । ୨୦୧୨ରେ ଛାତ୍ର ଦଳର ନେତୃତ୍ବ ନେବା ପରେ ୨୦୨୦ରେ ରାଜନୀତିରେ ପ୍ରବେଶ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe