କନକ ବ୍ୟୁରୋ : ଏବେ ପାଣିପାଗର ବିଚିତ୍ର ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଦିନର ତାପାମତ୍ରା ବଢ଼ିବାକୁ ଲାଗିଥିବା ବେଳେ ଅନ୍ୟପଟେ ରାତିରେ ପାରଦ ଖସୁଛି । ସକାଳୁ କୁହୁଡ଼ି ହେଉଥିବା ବେଳେ ଦିନରେ ବଢ଼ୁଛି ପାରଦ । ଏବଂ ସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଶୀତ ।
ଅଧିକ ପଢନ୍ତୁ : ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି: କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପାମତ୍ରା ୨.୯ ଡିଗ୍ରୀ ରେକର୍ଡ
ଗତକାଲି ଝାରସୁଗୁଡ଼ାରେ ଦିନ ତାପମାତ୍ରା ଟପିଥିଲା ୩୩ଡିଗ୍ରି । ଝାରସୁଗୁଡ଼ାରେ ତାପମାତ୍ରା ୩୩.୭ ଡିଗ୍ରି, ପାରଳାଖେମୁଣ୍ଡିରେ ୩୩.୩ ଡିଗ୍ରି ରେକର୍ଡ କରାଯାଇଥିଲା । ଭୁବନେଶ୍ବରରେ ୩୨.୩ ରହିଥିଲା ତାପମାତ୍ରା ।
Follow Us