କନକ ବ୍ୟୁରୋ: ସକାଳ ୫.୩୦ ରେ ସମ୍ଭାବ୍ୟ ବାତ୍ୟା ଅବପାତରେ ପରିଣତ ହୋଇଛି । ବାତ୍ୟା ଧାମରା କ୍ରମେ ପାରାଦ୍ୱୀପ ଓ ପୁରୀ ଦେଇ ସମୁଦ୍ରକୁ ଯିବ ଅନୁମାନ କରାଯାଉଛି । ପାରାଦ୍ୱୀପ ଠାରୁ ୭୩୦ କିମି ଦୂରରେ ଅଛି ବାତ୍ୟା । ଫଳରେ ୧୧୦ କିମି ବେଗରେ ପବନ ବହିପାରେ । ଏଥିପାଇଁ ଜିଲ୍ଲା ପ୍ରଶାସନ ସହ ସମ୍ପର୍କରେ ଅଛନ୍ତି ସରକାର । ୨୫୦ ରିଲିଫ ସେଣ୍ଟର ଗ୍ରାଉଣ୍ଡ ଜିରୋରେ ତଦାରଖ ସରିଛି । ଆଶ୍ରୟସ୍ଥଳୀ ବାହାରେ ୫୦୦ ରୁ ଅଧିକ ଟେମ୍ପୋରାରୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ । ସ୍ଥାନାନ୍ତରିତ ହେବାକୁ ଥିବା ଲୋକଙ୍କ ଚିକିତ୍ସା, ରନ୍ଧା ଖାଦ୍ୟ, ଗର୍ଭବତୀ ମହିଳାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ କରିଛି ।
୨୫ ତାରିଖ ସକାଳକୁ ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ ଦିନ ବୋଲି କହିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ଡାକବାଜି ଯନ୍ତ୍ରରେ ସଚେତନ କରାଯାଉଛି । ପୋଲିସ ପାଟ୍ରୋଲିଙ୍ଗ ହେବ । ଅବପାତ ପାଇଁ ଗ୍ରାଉଣ୍ଡ ଜିରୋ ରେ ସମସ୍ତ ପ୍ରସ୍ତୁତି ସରିଛି । ପଲିଥିନ ଆବଶ୍ୟକ ହେଲେ ସବୁ ଜିଲ୍ଲା ରେ ପଲିଥିନ ଗଛିତ କରାଯାଇଛି । ସବୁ ବନ୍ଦର ର କୁ ରେଡ ଆଲର୍ଟ ଜାରି । ବାତ୍ୟାର ଦିଗ ବଦଳିଲେ ମୁକାବିଲା ପାଇଁ ସରକାର ପ୍ରସ୍ତୁତି କରିଛନ୍ତି । ୯ ଟି ଜିଲ୍ଲାରେ ରେଡ୍ ଆଲର୍ଟ ଓ ବାକି ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଛି । ଯେଉଁମାନେ ବିଗତ ବାତ୍ୟା ସମୟରେ ଜିଲ୍ଲାପାଳ, ଏଡିଏମ୍ ଓ ବିଡ଼ିଓ ଭାବେ କାର୍ୟ୍ୟ କରିଛନ୍ତି ତାଲିକା ପ୍ରସ୍ତୁତ କରାଯାଉଛି ଯେଉଁ ବିଭାଗ ରେ ଥିବେ ସେଠୁ ଆଣି ଭିନ୍ନ ଭିନ୍ନ ଜିଲ୍ଲା କୁ ଯିବେ । ରେଡ୍ ଜୋନ୍ ଜିଲ୍ଲା ପାରାଦ୍ୱୀପ ଠାରୁ ପୁରୀ ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲାକୁ ଏନଡିଆରଏଫ୍ ଟିମ ବାହାରିସାରିଲେଣି । ରିଲିଫ ସେଣ୍ଟରରେ ପାୱାର ସପ୍ଲାଇ ପାଇଁ ପ୍ରସ୍ତୁତି ସରିଛି । ବାତ୍ୟା ସମୟ ରେ ହେବାକୁ ଥିବା ଲୋକାଲ ପରୀକ୍ଷା ସବୁ ବାତିଲ କରାଯିବ ।