କନକ ବ୍ୟୁରୋ: ଚଳିତ ହକି ଇଣ୍ଡିଆ ଲିଗ୍ର ରାଞ୍ଚି ପର୍ଯ୍ୟାୟ ଶୁକ୍ରବାର ଶେଷ ହୋଇଛି । ସ୍ଥାନୀୟ ମାରାଙ୍ଗ ଗୋମ୍କେ ଜୟପାଲ ସିଂହ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ୍ରେ ଘରୋଇ ଦଳ ରାଞ୍ଚି ରୟାଲ୍ସ ୪-୧ ଗୋଲ୍ରେ ଜେଏସ୍ଡବ୍ଲ୍ୟୁ ସୁର୍ମା ହକି କ୍ଲବ୍କୁ ପରାସ୍ତ କରିଛି । ମ୍ୟାଚ୍ର ୧୪ତମ ମନ୍ମିତ ସିଂହ ରାଇଙ୍କ ଗୋଲ୍ରେ ଘରୋଇ ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ରୟାଲ୍ସ ଅଧିନାୟକ ଟମ୍ ବୁନ୍ (୨୦, ୨୨ ମିନିଟ୍) ଦୁଇଟି ଗୋଲ୍ ଲଦି ପ୍ରଥମାର୍ଦ୍ଧରେ ଦଳକୁ ୩-୦ରେ ଆଗରେ ରଖିଥିଲେ । ତୃତୀୟ କ୍ବାର୍ଟର ଗୋଲ୍ଶୂନ୍ୟରେ ଶେଷ ହୋଇଥିଲା । ଚତୁର୍ଥ କ୍ବାର୍ଟରରେ ମନଦୀପ ସିଂହ (୪୭ ମିନିଟ୍)ଙ୍କ ଗୋଲ୍ରେ ଘରୋଇ ଦଳ ସ୍ଥିତି ୪-୦ କରି ବିଜୟ ଦିଗରେ ଆଗେଇଥିଲା । ୫୨ତମ ମିନିଟ୍ରେ ସୁର୍ମାର ଜିତ୍ପାଲ ଗୋଟିଏ ଗୋଲ୍ ଶୁଝି ପରାଜୟ ବ୍ୟବଧାନକୁ ସାମାନ୍ୟ କମାଇଥିଲେ ।
ଏହା ବି ପଢ଼ନ୍ତୁ: କାଲିଠୁ କଳିଙ୍ଗରେ ହକି ଇଣ୍ଡିଆ ଲିଗ୍ ଲଢ଼େଇ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/01/16/ranchi-royals-2026-01-16-22-25-53.jpeg)