କନକ ବ୍ୟୁରୋ : ବିଜେଡିର ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଉପରେ ଅଶାଳୀନ ମନ୍ତବ୍ୟ ଦେଇ ଅଡୁଆରେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଏନେଇ ଲେଖାଶ୍ରୀଙ୍କ ଅଭିଯୋଗ ପରେ ସନ୍ତୋଷ ଖଟୁଆଙ୍କ ନାମରେ ମାମଲା ରୁଜୁ କରିଛି ଭୁବନେଶ୍ୱର ମହିଳା ଥାନା । ସନ୍ତୋଷଙ୍କ ନାମରେ ଯେଉଁ ମାମଲା ରୁଜୁ ହୋଇଛି ସେଥିରେ ସାଂଘାତିକ ଦଫା ଲଗାଯାଇଛି । ବିଏନଏସରେ ମାମଲା ରୁଜୁ ହୋଇଥିବା ବେଳେ ୭୫(୨)- ଯୌନ ନିର୍ଯ୍ୟାତନା, ୭୯-ଅଶାଳୀନ ମନ୍ତବ୍ୟ ରଖିବା, ୨୯୬- ସାଧାରଣରେ ଗାଳି ଗୁଲଜ କରିବା, ୩୫୬- ମାନହାନୀ କରିବା ଭଳି ଦଫା ଲାଗିଛି । 

Advertisment

ଲେଖାଶ୍ରୀ କହିଛନ୍ତି କି, ମୋ ବାବଦରେ ସନ୍ତୋଷ ଖଟୁଆ ଦେଇଥିବା ମନ୍ତବ୍ୟ ଅତ୍ୟନ୍ତ ଘୃଣ୍ୟ । ଏନେଇ ଅପରାଧିକ ମାମଲା ରୁଜୁ କରାଯାଇ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ।