ଅଶ୍ଳୀଳ ଫଟୋକୁ ନେଇ ବିବାଦ: ଭୁଲ୍ ସ୍ୱୀକାର କଲା ଏକ୍ସ, କହିଲା ଭାରତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିବ

Advertisment

ସୂଚନାଯୋଗ୍ୟ, ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପାଇଁ ଏଆଇ ଟୁଲ୍ "ଗ୍ରୋକ୍"ର ଅପବ୍ୟବହାର ମାମଲାରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଆମେରିକୀୟ ଶିଳ୍ପପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ କମ୍ପାନି ଏକ୍ସକୁ ଏନେଇ ଜାନୁଆରି ୭ ତାରିଖ ପର୍ୟ୍ୟନ୍ତ ସମୟସୀମା ଦେଇଥିଲେ। ଧାର୍ଯ୍ୟ ତାରିଖ ସୁଦ୍ଧା ଏଟିଆର ଦାଖଲ କରିବାକୁ କୁହାଯାଇଥିଲା। ପୂର୍ବରୁ ଏକ୍ଦ କୁ ଜାନୁଆରି ୫ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।

ସୂଚନାଯୋଗ୍ୟ, ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପାଇଁ ଏଆଇ ଟୁଲ୍ "ଗ୍ରୋକ୍"ର ଅପବ୍ୟବହାର ମାମଲାରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଆମେରିକୀୟ ଶିଳ୍ପପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ କମ୍ପାନି ଏକ୍ସକୁ ଏନେଇ ଜାନୁଆରି ୭ ତାରିଖ ପର୍ୟ୍ୟନ୍ତ ସମୟସୀମା ଦେଇଥିଲେ। ଧାର୍ଯ୍ୟ ତାରିଖ ସୁଦ୍ଧା ଏଟିଆର ଦାଖଲ କରିବାକୁ କୁହାଯାଇଥିଲା। ପୂର୍ବରୁ ଏକ୍ଦ କୁ ଜାନୁଆରି ୫ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା।

11bbs_9_11012026_111 (1)

କନକ ବ୍ୟୁରୋ : ଅଶ୍ଳୀଳ ଫଟୋକୁ ନେଇ ବିବାଦ ପରେ ଏକ୍ସ ନିଜର ଭୁଲ୍ ସ୍ବୀକାର କରିଛି। ଏହା ସହି ଭାରତୀୟ ଆଇନ ଅନୁଯାୟୀ କାର୍ଯ୍ୟ କରିବବୋଲି କହିଛି। ଅଶ୍ଳୀଳ ଏବଂ ନିଷିଦ୍ଧ ବିଷୟବସ୍ତୁ ହଟାଇବାକୁ ଆଇଟି ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଏକ୍ସ କାର୍ଯ୍ୟ କରିଛି। ସୂତ୍ର ଅନୁଯାୟୀ ଏକ୍ସ ଏଆଇ ଟୁଲ୍ ଗ୍ରୋକ୍‌ର ଅପବ୍ୟବହାରର ସମ୍ଭାବନାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛି ।ଭୁଲ ସ୍ୱୀକାର କରି ଏହାକୁ ସଂଶୋଧନ କରିବାକୁ ଏକ୍ସ ପ୍ରତିଶ୍ରୁତି ଦେବା ସହିତ ପ୍ରାୟ ୩,୫୦୦ କଣ୍ଟେଣ୍ଟ ପୋଷ୍ଟକୁ ଅବରୋଧ କରିଛି ଏବଂ ୬୦୦ ରୁ ଅଧିକ ଆକାଉଣ୍ଟକୁ ହଟାଇ ଦେଇଛି । ଏକ୍ସ ଏହା ମଧ୍ୟ ପ୍ରତିଶ୍ରୁତି ଦେଇଛି, ଭବିଷ୍ୟତରେ କୌଣସି ଅଶ୍ଳୀଳ ବିଷୟବସ୍ତୁକୁ ଅନୁମତି ଦେବ ନାହିଁ। ଏଆଇ ଟୁଲ୍ ଗ୍ରୋକ୍‌ର ଅପବ୍ୟବହାର ନେଇ ଭାରତୀୟ ଆଇଟି ମନ୍ତ୍ରଣାଳୟ ଏକ୍ସକୁ ଏକ ନୋଟିସ ଜାରି କରିଥିଲା। ଆଇଟି ମନ୍ତ୍ରଣାଳୟ ଜାନୁଆରି ୭ ସୁଦ୍ଧା ଏହାର ଜବାବ ମାଗିଥିଲା।

ସୂଚନାଯୋଗ୍ୟ, ଅଶ୍ଳୀଳ ଏବଂ ଆପତ୍ତିଜନକ ବିଷୟବସ୍ତୁ ପାଇଁ ଏଆଇ ଟୁଲ୍ "ଗ୍ରୋକ୍"ର ଅପବ୍ୟବହାର ମାମଲାରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାର ଆମେରିକୀୟ ଶିଳ୍ପପତି ଏଲୋନ୍ ମସ୍କଙ୍କ ମାଲିକାନାରେ ଥିବା ସୋସିଆଲ ମିଡିଆ କମ୍ପାନି ଏକ୍ସକୁ ଏନେଇ ଜାନୁଆରି ୭ ତାରିଖ ପର୍ୟ୍ୟନ୍ତ ସମୟସୀମା ଦେଇଥିଲେ। ଧାର୍ଯ୍ୟ ତାରିଖ ସୁଦ୍ଧା ଏଟିଆର ଦାଖଲ କରିବାକୁ କୁହାଯାଇଥିଲା। ପୂର୍ବରୁ ଏକ୍ଦ କୁ ଜାନୁଆରି ୫ ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଜାନୁଆରି ୨ ତାରିଖରେ ଜାରି ଏକ ନୋଟିସରେ କହିଥିଲା , ଏକ୍ସର ପ୍ଲାଟଫର୍ମରେ ଏଆଇ ଟୁଲ୍ "ଗ୍ରୋକ୍" ବ୍ୟବହାର କରି ନକଲି ଆକାଉଣ୍ଟରୁ ମହିଳାଙ୍କ ଅଶ୍ଳୀଳ, ଆପତ୍ତିଜନକ ଏବଂ ଅପମାନଜନକ ଚିତ୍ର ଏବଂ ଭିଡିଓ ସୃଷ୍ଟି କରାଯାଉଛି। ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ସ୍ତରରେ ସୁରକ୍ଷା ବ୍ୟବସ୍ଥା ଏବଂ ନିରୀକ୍ଷଣ ବ୍ୟବସ୍ଥାର ଏକ ଗମ୍ଭୀର ବିଫଳତା ବୋଲି କହିଥିଲା । ଏହା ଆଇଟି ଆଇନ ଏବଂ ଏହାର ସମ୍ବନ୍ଧିତ ନିୟମର ଉଲ୍ଲଂଘନ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା।

ଅଧିକ ପଢ଼ନ୍ତୁ :  ଅଶ୍ଳୀଳ ଓ ବେଆଇନ୍ କଣ୍ଟେଣ୍ଟ ଦେଉଥିବା ୟୁଜର୍ସଙ୍କୁ ‘ଏକ୍ସ’ର କଡ଼ା ଚେତାବନୀ, ଏଣିକି ‘ଏକ୍ସ’ରେ ବେଆଇନ୍ ପୋଷ୍ଟ କଲେ ବନ୍ଦ ହେବ ଆକାଉଣ୍ଟ

ମନ୍ତ୍ରଣାଳୟ ଏକ୍ସକୁ ଗ୍ରୋକ୍‌ରୁ ସମସ୍ତ ଅଶ୍ଳୀଳ, ଅଶାଳୀନ ଏବଂ ବେଆଇନ ବିଷୟବସ୍ତୁ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇତବଲା। ନଚେତ୍ ଆଇନଗତ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଥିଲା। ୭୨ ଘଣ୍ଟା ମଧ୍ୟରେ କାର୍ୟ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। ସରକାର ଏହା ମଧ୍ୟ ସ୍ପଷ୍ଟ କରିଥିଲେ ଯେ, ଆଇଟି ଆଇନର ଧାରା ୭୯ ଅନୁଯାୟୀ ଆଇନଗତ ସୁରକ୍ଷା କେବଳ ସେତେବେଳେ ପ୍ରଯୁଜ୍ୟ ହେବ ଯଦି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ଭାବରେ ଉପଯୁକ୍ତ ସତର୍କତା ପାଳନ କରିବ । ନୋଟିସରେ ଏକ୍ସ କୁ ଗ୍ରୋକ୍ ଆପର ବୈଷୟିକ ଏବଂ ପ୍ରକ୍ରିୟାଗତ ତ୍ରୁଟି ସମୀକ୍ଷା କରିବାକୁ, ବିଷୟବସ୍ତୁ ନିୟନ୍ତ୍ରଣକୁ କଡ଼ାକଡ଼ି କରିବାକୁ ତଥା ନିୟମ ଉଲ୍ଲଂଘନ କରୁଥିବା ୟୁଜରଙ୍କ ଆକାଉଣ୍ଟକୁ ସ୍ଥଗିତ କିମ୍ବା ଅବରୋଧ କରିବା ସହିତ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଳମ୍ବ ନକରି ପୂର୍ବରୁ ଥିବା ବେଆଇନ ଅଶ୍ଳୀଳ ବିଷୟବସ୍ତୁକୁ ଅପସାରଣ କିମ୍ବା ଅବରୋଧ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା।

ଅଧିକ ପଢ଼ନ୍ତୁ :  AI ରେ ଅଶ୍ଳୀଳତା ପାଇଁ 'ଏକ୍ସ'କୁ ଛାଟ; ଗ୍ରକ୍‌ ବ୍ୟବହାର କରି ମହିଳାଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ତିଆରି ଅଭିଯୋଗ

ସରକାର ଚେତାବନୀ ଦେଇଥିଲେ ଯେ, ଏହା ପାଳନ ନ କଲେ ଏକ୍ସ ଆଇଟି ଆଇନ ଏବଂ ବିଏନଏସ ଅନୁଯାୟୀ କାର୍ୟ୍ୟାନୁଷ୍ଠାନର ସମ୍ମୁଖୀନ ହୋଇପାରେ। ଏହା ସହିତ ଧାରା ୭୯ ଅନୁଯାୟୀ ଏକ୍ସ ନିଜର ସୁରକ୍ଷା ମଧ୍ୟ ହରାଇପାରେ। ଏକ୍ସ ନିଜର ସୁରକ୍ଷା ହ୍ୟାଣ୍ଡେଲରେ ଉଲ୍ଲେଖ କରିଥିଲା ଯେ, ବେଆଇନ ଏବଂ ନିଷିଦ୍ଧ ବିଷୟବସ୍ତୁ ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ। ସେସବୁକୁ ହଟାଯିବ ଏବଂ ସମ୍ପୃକ୍ତ ଆକାଉଣ୍ଟଗୁଡ଼ିକୁ ସ୍ଥାୟୀ ଭାବରେ ସ୍ଥଗିତ କରାଯିବ। ଆବଶ୍ୟକ ହେଲେ ସରକାରଙ୍କ ସହିତ ଯୋଗାଯୋଗ କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe