ୟୁପିରେ 'ମିଶନ ୨୦୨୭' ଜିତିବାକୁ OBC ଭୋଟ୍ ଉପରେ ବିଜେପି ନଜର; ବଢିପାରେ ଅଖିଳେଶ, ମାୟାବତୀଙ୍କ ଟେନସନ୍

Advertisment

ଉତ୍ତରପ୍ରଦେଶରେ ବିଜେପି ୭୦ଟି ନୂଆ ଜିଲ୍ଲା ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ହେଲେ ଏହା ଭିତରେ ବି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ, ଅଯୋଧ୍ୟା, ପ୍ରୟାଗରାଜ ଏବଂ କାନପୁର ଭଳି ଜିଲ୍ଲାର ସଭାପତି ଚୟନ ହୋଇପାରିନି ।

OBC ଭୋଟ୍ ଉପରେ ବିଜେପି ନଜର

OBC ଭୋଟ୍ ଉପରେ ବିଜେପି ନଜର Photograph: (KanakNews )

କନକ ବ୍ୟୁରୋ: ୟୁପିରେ 'ମିଶନ ୨୦୨୭' ଜିତିବା ପାଇଁ ଏବେଠୁ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଛି ବିଜେପି । ୭୦ ଜଣ ନୂଆ ଜିଲ୍ଲା ସଭାପତି ଚୟନ କରିବା ହିଁ, ଏହାର ବଡ଼ ସଙ୍କେତ ଦେଉଛି । ଘୋଷଣା ହୋଇଥିବା ଜିଲ୍ଲା ସଭାପତି ଲିଷ୍ଟରେ ସବର୍ଣ୍ଣଙ୍କ ଦବଦବା ଦେଖିବାକୁ ମିଳିଥିବାବେଳେ, ଓବିସି ଚେହେରା ମଧ୍ୟ ଲିଷ୍ଟରେ ଅଛନ୍ତି । ଯାହାଫଳରେ କି ବିଜେପି, ୨୦୨୭ରେ କେଉଁ ମାଇଣ୍ଡସେଟ୍ ସହ ମୈଦାନକୁ ଓହ୍ଲାଇବ, ସେନେଇ ଆରମ୍ଭ ହୋଇଛି ରାଜନୈତିକ ଅଙ୍କକଷା ।

ଏବେ ବି କିଛି ବାକି...

ଉତ୍ତରପ୍ରଦେଶରେ ବିଜେପି ୭୦ଟି ନୂଆ ଜିଲ୍ଲା ଅଧ୍ୟକ୍ଷଙ୍କ ନାଁ ଘୋଷଣା କରିଛି । ହେଲେ ଏହା ଭିତରେ ବି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରାଣସୀ, ଅଯୋଧ୍ୟା, ପ୍ରୟାଗରାଜ ଏବଂ କାନପୁର ଭଳି ଜିଲ୍ଲାର ସଭାପତି ଚୟନ ହୋଇପାରିନି ।

ତେବେ ଘୋଷଣା ହୋଇଥିବା ୭୦ ଜିଲ୍ଲା ସଭାପତିଙ୍କ ଭିତରେ ସବର୍ଣ୍ଣଙ୍କ ସଂଖ୍ୟା ଅଧିକ ରହିଛି । ୫୫ ପ୍ରତିଶତରୁ ଅଧିକ ଜିଲ୍ଲା ସଭାପତି ସବର୍ଣ୍ଣ ଥିବା ଜଣାପଡିଛି । ସେହିପରି ଜିଲ୍ଲା ସଭାପତିଙ୍କ ଭିତରେ ୩୫ ପ୍ରତିଶତ ଓବିସି ଏବଂ ୧୦ ପ୍ରତିଶତ ଦଳିତ ରହିଛନ୍ତି । ତେବେ ସବୁଠୁ ବଡ ପ୍ରଶ୍ନ ହେଉଛି, ଏବେ ବି ୨୮ଟି ଜିଲ୍ଲାରେ ଜିଲ୍ଲାଧ୍ୟକ୍ଷ ପଦ ଖାଲି ପଡିଛି । କୁହାଯାଉଛି, କିଛି ଜିଲ୍ଲାରେ ସଭାପତି ଚୟନ ନେଇ ଆରଏସଏସର ଗ୍ରୀନ୍ ସିଗନାଲ ନଥିବାରୁ, ଜିଲ୍ଲା ସଭାପତି ଚୟନରେ ବିଳମ୍ବ ହେଇଛି ।

ଓବିସି ଉପରେ ଫୋକସ୍, ନିଶାନାରେ ଅଖିଳେଶ

ଜିଲ୍ଲା ସଭାପତି ଚୟନରେ ଓବିସି ବର୍ଗକୁ ବିଜେପି ଯେଉଁଭଳି ଭାବେ ଫୋକସରେ ରଖିଛି, ଏଥିରୁ ଅନୁମାନ କରି ହେଉଛି ଯେ, ଆଗାମୀ ବିଧାନସଭା ନିର୍ବାଚନରେ ଓବିସି ଭୋଟ୍ ହାତେଇବାକୁ ଦଳ ଏବେଠୁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଲାଣି । ଖାସ୍ କରି ସମାଜବାଦୀ ପାର୍ଟିର ଭୋଟ୍ ହାର କମେଇବା ସହ, ଓବିସି ଭୋଟ୍ ହାତେଇବାକୁ ଲକ୍ଷ୍ୟ ରଖିଛି ବିଜେପି ।

ସେହିପରି ଦଳିତ ବର୍ଗଙ୍କୁ ମଧ୍ୟ ୧୦ ପ୍ରତିଶତ ଜିଲ୍ଲା ସଭାପତି ପୋଷ୍ଟ ଦିଆଯାଇଛି । ଯାହାକି ମାୟାବତୀଙ୍କ ପାଇଁ ଟେନସନର କାରଣ ସାଜିପାରେ । କାହିଁକି ନା, ଦଳିତ ବର୍ଗ ଅଧିକାଂଶ ସମୟରେ ବିଏସପିକୁ ହିଁ ଭୋଟ୍ ଦେଇଥାନ୍ତେ । ହେଲେ ଆଗାମୀ ବିଧାନସଭା ନିର୍ବାଚନରେ ଦଳିତ ଭୋଟ୍ ନିଜ ସପକ୍ଷରେ ନେବାକୁ କସରତ କରୁଛି ବିଜେପି ।

୨୦୨୭ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ବିଜେପି ଏଠାରେ ପୁଣିଥରେ ସତ୍ତା ଦଖଲ କରିବାକୁ ରଣନୀତି କରୁଥିବାବେଳେ, ସମାଜବାଦୀ ପାର୍ଟି ସରକାରକୁ ଫେରିବାକୁ ରଣନୀତି କରୁଛି । ଆଉ ଏହାରି ଭିତରେ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରି, ବଡ଼ ଚାଲ୍ ଖେଳିଛି ବିଜେପି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe