କନକ ବ୍ୟୁରୋ: ନିଶାମୁକ୍ତ ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶପଥ ନେଲେ କର୍ମଚାରୀ । ସମ୍ପୂର୍ଣ୍ଣ ନିଶା ମୁକ୍ତ କରିବା ପାଇଁ ଆଗେଇ ଆସିଲେ ସରକାରୀ ଅଧିକାରୀ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଦିନମଣି ନାଏକଙ୍କ ଉପସ୍ଥିତରେ କର୍ମଚାରୀଙ୍କୁ ନିଶା ମୁକ୍ତ ରହିବା  ନେଇ ଏକ ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।  ଏଠାରେ ଉପଜିଲ୍ଲାପାଳ ଜ୍ୟୋତିରୂପା ଶତପଥୀ, ସହକାରୀ ଜିଲ୍ଲାପାଳ କମଳା ମଲ୍ଲିକଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।