କନକ ବ୍ୟୁରୋ : ବାପା ରାଜମିସ୍ତ୍ରୀ, ମାଆ ସୁଗୃହିଣୀ , ପୁଅ ଓଡ଼ିଶା ସରକାରଙ୍କ ପ୍ରାଶାସନିକ ଅଧିକାରୀ । ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁଙ୍କ ପୁଅ ରୂପକ ସାହୁ । ଚଳିତ ବର୍ଷର ଓପିଏସ୍ସି ପରୀକ୍ଷାରେ ୨୩୩ ନମ୍ବର ରାଙ୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି । ପରିବାର ଲୋକଙ୍କ ପ୍ରେରଣା ସହ ନିଜର ସହପାଠୀ ବନ୍ଧୁ ଵର୍ଗ ଅତିରିକ୍ତ ଜିଲ୍ଲାପାଳ ଚୋଡଗଙ୍ଗ ପ୍ରଧାନଙ୍କ ମାର୍ଗ ଦର୍ଶନ ନେଇ ଓପିଏସସି ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ଆଉ ଜଣେ ସଫଳ ଯୁବକ ଯାଜପୁରର ମହେଶ ପଣ୍ଡା । ଓଡ଼ିଶା ପ୍ରାଶାସନିକ ସେବା ପରୀକ୍ଷାରେ ଯାଜପୁର ଜିଲ୍ଲାରୁ ଆଠ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ମହେଶ । ଜଣେ ଦୃଷ୍ଟିବାଧିତ ହୋଇ ମଧ୍ୟ ନିଜର ଦୃଢ଼ଇଚ୍ଛାଶକ୍ତି ବଳରେ ୩ଶହ ରାଙ୍କ୍ ରଖିବାରେ ସେ ସଫଳ ହୋଇଛନ୍ତି । କୋରାପୁଟ ଜିଲ୍ଲାର ଶୁଭଶ୍ଵତା ମହାରଣା। ବର୍ତ୍ତମାନ ଯୁବପିଢ଼ି ପାଇଁ ପ୍ରେରଣା । ପ୍ରାଶାସନିକ ସେବା ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆତ୍ମବିଶ୍ୱାସ ।
ଦିନ ମଜୁରୀଆ ବାପାଙ୍କ ଓଏଏସ୍ ପୁଅ ; ଦଦରା ଘରେ ଓପିଏସ୍ସି ପାଇଁ କରୁଥିଲେ ପ୍ରସ୍ତୁତି
ବାପା ରାଜମିସ୍ତ୍ରୀ, ମାଆ ସୁଗୃହିଣୀ , ପୁଅ ଓଡ଼ିଶା ସରକାରଙ୍କ ପ୍ରାଶାସନିକ ଅଧିକାରୀ । ଧରାକୋଟ ବ୍ଲକ ମୁଣ୍ଡମରାଇ ଗାଁର କୈଳାସ ଚନ୍ଦ୍ର ସାହୁ ଓ ସୁଷମା ସାହୁଙ୍କ ପୁଅ ରୂପକ ସାହୁ ।
/kanak/media/media_files/2025/09/28/24-2025-09-28-18-32-21.jpg)