କନକ ବ୍ୟୁରୋ : ଓଏଏସ୍ ଆନ୍ଦୋଳନର ପ୍ରଭାବ ସମ୍ୱଲପୁରରେ ଦେଖିବାକୁ ମିଲିଛି । କାମ ଠପ୍ ଯୋଗୁ ରାଜସ୍ୱ ହାନି ହେଉଛି । ଆନ୍ଦୋଳନ ପ୍ରତ୍ୟାହାର ନହେଲେ ଭୟଙ୍କର ରାଜସ୍ୱ କ୍ଷତି ଭୋଗିପାରନ୍ତି ସରକାର ।
ସମ୍ବଲପୁରରେ ଓଏଏସ ବାବୁଙ୍କ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି । ନିଜ ଜିଦ୍ରେ ଅଟଳ ବାବୁମାନେ କାମରେ ଯୋଗ ଦେଉନାହାନ୍ତି । ଅଧସ୍ତନ କର୍ମଚାରୀ ସବୁ କାମ ସମ୍ଭାଳୁଛନ୍ତି । ସମ୍ବଲପୁର ଉପନିବନ୍ଧକ ଅଫିସରେ ମଧ୍ୟ କିଛି ଏମିତି ସ୍ଥିତି । ବନ୍ଦ ରହିଛି ଜମି ଜମା ରେଜିଷ୍ଟ୍ରି । ତଥ୍ୟ କହୁଛି ପ୍ରତ୍ୟେକ ଦିନ ଅତିକମରେ ୫ଲକ୍ଷ ଟଙ୍କାର ରାଜସ୍ୱ ଆସେ । ଏହା ବାଦ ଷ୍ଟାମ୍ପ ଡ୍ୟୁଟି ରହିଛି । ଅଫିସର କାର୍ଯ୍ୟରେ ଯୋଗ ନଦେବା ଫଳରେ ସବୁ ବନ୍ଦ ହେବା ସହ ରାଜସ୍ୱ ହାନି ଘଟୁଛି ।
କେବଳ ରାଜସ୍ୱ ହାନି ହେଉଛି ତାହା ନୁହେଁ । ଲୋକ ମାନେ ମଧ୍ୟ ହଇରାଣ ହେଉଛନ୍ତି । ଜମିବାଡ଼ି କିଣା ବିକା ସହ ସମସ୍ତ ପ୍ରକାର ନିବନ୍ଧନ କାମ ଠପ ରହିଛି । ଯାହା ଫଳରେ ଲୋକମାନେ ସେବା ପାଇବାରୁ ବଞ୍ଚିତ ହେବା ସହ ରାଜସ୍ୱ ହାନି ହେଉଛି । ଆଗକୁ ଯଦି ଏପରି ଅଚଳାବସ୍ଥା ଜାରି ରହେ ତା ହେଲେ ଭୟଙ୍କର କ୍ଷତି ସହିବ ରାଜସ୍ୱ ବିଭାଗ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/03/revenue-loss-2025-07-03-19-08-56.jpg)