କନକ ବ୍ୟୁରୋ : ଓଏଏସ୍ ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ପରେ କାର୍ଯ୍ୟରେ ଯୋଗଦେଲେ ଅଧିକାରୀ । ଗତକାଲି ବିଳମ୍ବିତ ରାତିରେ ଓଏଏସ୍ ସଂଘ ତାର କାର୍ଯ୍ୟ ବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ କରିଛି । ଦୀର୍ଘ ୩ଦିନର ଅଚଳାବସ୍ଥା ପରେ ଆଜି ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଖୋର୍ଦ୍ଧାର ବ୍ଲକ ଅଫିସ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟରେ ଠପ୍ ପଡିଥିବା କାର୍ଯ୍ୟ ସ୍ୱାଭାବିକ୍ ହୋଇଛି । ସେପଟେ ଅଫିସ କାର୍ଯ୍ୟରେ ସାମିଲ ହେଲେ ଓଏଏସ୍, ଓଆର୍ଏସ୍ ଅଧିକାରୀ । ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି ଏଡିଏମ୍ ଅତିରକ୍ତ ଜିଲ୍ଲାପାଳଙ୍କ ସହ ସମସ୍ତ ଅଧିକାରୀ । ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ଯୋଗ ଦେବା ପରେ ଲୋକଙ୍କୁ ଆଶ୍ୱସ୍ତି ମିଳିଛି । ଲୋକ ସମସ୍ୟା ବୁଝିବା ସହ ବନ୍ୟା ପରିସ୍ଥିତି ଉପରେ କାର୍ଯ୍ୟ କରିବେ ବୋଲି ସୂଚନା ଦେଇଛନ୍ତି ଏଡିଏମ୍ ଭଦ୍ରକ ରବି ନାରାୟଣ ସାହୁ । କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଉପଖଣ୍ଡରେ ଉପଜିଲ୍ଲାପାଳ, ବ୍ଳକ ଓ ତହସିଲ କାର୍ଯ୍ୟାଳୟରେ ଓଏଏସ୍ ଓ ଓଆରଏସମାନେ କାର୍ଯ୍ୟରତ ରହିଛନ୍ତି । ଗତ କିଛିଦିନ ତଳେ ସମଗ୍ର ରାଜ୍ୟରେ ଅଫିସରଙ୍କ ଆନ୍ଦୋଳନ ଲାଗି ସବୁ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଆଜି ଏହି ଅଧିକାରୀମାନେ ନିଜ ନିଜ କାର୍ଯ୍ୟାଳୟରେ ଯୋଗ ଦେବାରୁ ସରକାରୀ ସେବା ପାଇ ଖୁସି ଅଛନ୍ତି ସାଧାରଣ ଜନତା । ୩ ଦିନର ଅଚଳାବସ୍ଥା ପରେ ସ୍ୱାଭାବିକ ହେଲା ସରକାରୀ କଳ । ମାଲକାନଗିରି ଜିଲ୍ଲାରେ ମଧ୍ୟ ସମସ୍ତ ସରକାରୀ ଦପ୍ତର ରେ ସ୍ଥିତି ସ୍ୱାଭାବିକ ହୋଇ ଥିବା ବେଳେ କାର୍ଯ୍ୟାଳୟରେ ମଧ୍ୟ ଗହଳିଚହଳି ଲାଗିଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୨ଜଣ ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ୬ ଓଏଏସ ଓ ୪ ଓଆରଏସ ଅଧିକାରୀ କାର୍ଯ୍ୟରେ ଯୋଗ ଦେବା ସହ ଅଭିଯୋଗକାରୀଙ୍କ ଭିଡ ଦେଖିବାକୁ ମିଳିଛି । ତହସିଲ ଓ ବ୍ଲକ କାର୍ଯ୍ୟାଳୟରେ ମଧ୍ୟ ସ୍ଥିତି ସାମାନ୍ୟ ହୋଇଛି ।
ଓଏଏସ୍ ଅଧିକାରୀଙ୍କ ଆନ୍ଦୋଳନ ପ୍ରତ୍ୟାହାର ପରେ କାମକୁ ଫେରିଲେ ଅଧିକାରୀ, କାର୍ଯ୍ୟରେ ଯୋଗ ଦେବା ପରେ ସ୍ୱାଭାବିକ ହେଲା ସେବା
ଦୀର୍ଘ ୩ଦିନର ଅଚଳାବସ୍ଥା ପରେ ଆଜି ଅଧିକାରୀମାନେ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଖୋର୍ଦ୍ଧାର ବ୍ଲକ ଅଫିସ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟରେ ଠପ୍ ପଡିଥିବା କାର୍ଯ୍ୟ ସ୍ୱାଭାବିକ୍ ହୋଇଛି । ସେପଟେ ଅଫିସ କାର୍ଯ୍ୟରେ ସାମିଲ ହେଲେ ଓଏଏସ୍, ଓଆର୍ଏସ୍ ଅଧିକାରୀ ।
/kanak/media/media_files/2025/07/04/fsdafskfk-2025-07-04-17-51-36.jpg)