କନକ ବ୍ୟୁରୋ: ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ପରେ ସମୂହ ଛୁଟିରେ ଓଏଏସ୍ ଅଧିକାରୀ । ଯାହାର ପ୍ରଭାବ ଆଜି ଦେଖିବାକୁ ମିଳିଛି । ଅଫିସ୍‌ରେ ନାହାନ୍ତି ଅଫିସର । ସବୁ ଅଫିସ୍‌ ଏବେ ଖାଁ ଖାଁ । ଅଫିସ୍‌ ଆଗରେ ଲୋକଙ୍କ ଗହଳି ଲାଗିଥିବା ବେଳେ ଶାସନ ବ୍ୟବସ୍ଥା ଠପ୍ ହୋଇପଡ଼ିଛି । ଫଳରେ ଲୋକେ ନିରାଶ ହେଉଛନ୍ତି। ବିଏମ୍‌ସି ଅତିରିକ୍ତ କମିସନରଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ କାର୍ପଟଦାରଙ୍କ ଗିରଫ ଦାବି କରିଛି ଓଏଏସ୍‌ ସଂଘ। ଆଜି ସୁଦ୍ଧା କାର୍ପଟଦାରଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଓଏଏସ୍ ସଂଘ। ସେପଟେ ଆଜି ପୁଣି ବୈଠକ କରିବେ ବିଏମ୍‌ସି ମେୟର । ଏଥିରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ କର୍ପୋରେଟର ଯୋଗଦେବେ । ବୈଠକରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ତଜର୍ମା କରାଯିବ । ଅତିରିକ୍ତ କମିସନରଙ୍କ ଆକ୍ରମଣ ଘଟଣାକୁ ନେଇ ଗତକାଲି ବିଏମ୍‌ସି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା । ଫଳରେ ସାଧାରଣ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ।

Advertisment

ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣାରେ ମୁଖ୍ୟ କାର୍ପଟଦାରଙ୍କ ଗିରଫ ଦାବି କରିଛି ଓଏଏସ ସଂଘ । ଆଜି ସୁଦ୍ଧା କାର୍ପଟଦାରଙ୍କୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ନନେଲେ ପୁଣି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବୋଲି କହିଛି ଓଏଏସ୍ ସଂଘ । ସେପଟେ ଆଜି ପୁଣି ବୈଠକ କରିବେ ବିଏମ୍‌ସି ମେୟର । ଏଥିରେ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ କର୍ପୋରେଟର ଯୋଗଦେବେ । ବୈଠକରେ କେଉଁ ପରିସ୍ଥିତିରେ ଏପରି ଘଟଣା ଘଟିଲା ତାର ତଜର୍ମା କରାଯିବ । ଅତିରିକ୍ତ କମିସନରଙ୍କ ଆକ୍ରମଣ ଘଟଣାକୁ ନେଇ ଗତକାଲି ବିଏମ୍‌ସି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଥିଲା । ଫଳରେ ସାଧାରଣ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି । 

ବିଏମସି ଅଫିସରେ ଅତିରିକ୍ତ କମିସନରଙ୍କୁ ମାଡ଼ ମାରିବା ଘଟଣାରେ କମିସନରେଟ୍ ପୋଲିସ ୩ ଜଣଙ୍କୁ ଗିରଫ କରିସାରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି ପୁଲିସ । ବିଏମସି ଅଫିସରଙ୍କୁ ବିଧା ଗୋଇଠା ମାରି ଦରମରା କରିଛନ୍ତି ଦୁର୍ବୃତ୍ତ । ଅତିରିକ୍ତ କମିସନରଙ୍କୁ ଘୋଷାଡ଼ି ପିଟୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।